Site icon Awaj Media

ବିଜେଡ଼ିରୁ ଇସ୍ତଫା ଦେଲେ ଦେବାଶିଷ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଜେଡି ଛାଡ଼ିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ମୋତେ ଦଳରେ ଲଗାତାର ଅବହେଳା କରାଯାଉଥିଲା । ଦଳକୁ ମୋର ଆବଶ୍ୟକ ନଥିବା ଅନୁଭବ କଲି । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଦଳ ଛାଡ଼ିଲି ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି ଦେବାଶିଷ । ବର୍ଷେ_ହେଲା_ନବୀନଙ୍କ_ଦେଖା_ପାଇନି’ କହିଲେ ଦେବାଶିଷ , ନବୀନ ପଟ୍ଟନାୟକଙ୍କୁ ଦୀର୍ଘ ସମୟ ଧରି ଦେଖା କରିପାରି ନଥିଲେ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ତେବେ ବିଜେଡି ସଂଗଠନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦେବାଶିଷ । ଭି.କେ ପାଣ୍ଡିଆନ ବିଜେଡିକୁ ହାଇଜାକ୍ କରି ନେଇଥିବା ନେଇ ବହୁ ନେତା ବୟାନ ରଖିଛନ୍ତି ବୋଲି କହିଛନ୍ତି ଦେବାଶିଷ ।

Exit mobile version