ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଟକ-ବାଙ୍କୀ ମୁଖ୍ୟରାସ୍ତା ର ଚକାପଦା ଗ୍ରାମ ଠାରେ ଏକ ଜଳସେବା କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି । ଆଦର୍ଶ ଯୁବ ପରିଷଦ ସହାୟତାରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବାଟୋଇ ମାନଙ୍କୁ ଏହି ଜଳସେବା କେନ୍ଦ୍ର ଖୋଲା ଯାଇ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜଳସେବା କେନ୍ଦ୍ରକୁ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଫିତା କାଟି ଉଦ୍ଘାଟନ କରିବା ସହ ଏତାଦୃଶ କାର୍ଯ୍ୟପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏନ୍.ଏ.ସି ନଗରପାଳ ପ୍ରଭାତୀ ବେହେରା, ପୂର୍ବତନ କାଉନସିଲର ଗୋପବନ୍ଧୁ ସାହୁ, ଶ୍ରୀରାମ କମିଟିର ସଭାପତି ବିଶ୍ୱରଞ୍ଜନ ସ୍ୱାଇଁ, ପଣ୍ଡିତ ମନୋଜ କୁମାର ରାଉତ, ଜିତେନ୍ଦ୍ର କୁମାର ସାହୁ , ବନ୍ଦେଉତ୍କଳ ଜନନୀ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ପାଣିଗ୍ରାହୀ, ସୁନୀତା ପ୍ରଧାନ, ସୁଶାନ୍ତ କୁମାର ପଟେଲ, ଶଶିଭୂଷଣ ତ୍ରିପାଠୀ, ଆଦର୍ଶ ରାଜ, ଅମ୍ରିତ କୁମାର ସାମଲ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ ବାଟୋଇ ମାନଙ୍କୁ ଦହି ପଣା ଓ ଥଣ୍ଡାପାଣି ଯୋଗାଇ ଦେଇଥିଲେ । ଶେଷରେ ସୁନୀତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଜଳଛତ୍ର କେନ୍ଦ୍ର ଉଦଘାଟିତ !!!

