କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ପାଇକରାପୁର ଗ୍ରାମ ପାଖରେ ଥିବା ବ୍ୟବହାର ଉପଯୋଗୀ ନଦୀ କୂଳ ପାର୍ଶ୍ୱ ଜମିକୁ ଜୋର ଜବରଦସ୍ତ ଦଖଲ ! ଗ୍ରାମର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ପାଇକରାପୁର ଗ୍ରାମ ପାଖରେ ଥିବା ମହାନଦୀ କୁଳ ଜମିକୁ କିଛି ଅସାଧୁ ଲୋକ ବଳପୂର୍ବକ ଦଖଲ କରିବାକୁ ନେଇ ଦେଖା ଦେଇଛି ଉତ୍ତେଜନା ! ଗ୍ରାମର ବିଭିନ୍ନ ଲୋକଙ୍କର ଦଶାହ କାର୍ଯ୍ୟ ଏବଂ ଗ୍ରାମ ର ବିଭିନ୍ନ ମନ୍ଦିର ରେ ହେଉଥିବା ମାଙ୍ଗଳିକ କାର୍ଯ୍ୟକ୍ରମ ରେ କଳସି ବୁଡ଼ା କାମରେ ତୁଠ କୁ ଗ୍ରାମର ଲୋକେ ବ୍ୟବହାର କରୁଥିବା ବେଳେ , ଏବେ ବିଲଡର ମାନଙ୍କର ଦୌରାତ୍ମ୍ୟ ଏପରି ବଢ଼ି ଚାଲିଛି ଯେ କହିଲେ ନସରେ ! ଜୋର ଜବରଦସ୍ତ ଗୋଚର, ଅନାବାଦୀ, ମସାଣି ଏବଂ ଜଳାଶୟ ଜମିକୁ ମଧ୍ୟ ଆବଧ କରୁଛନ୍ତି ! ସାଧାରଣ ଲୋକ , ଗ୍ରାମର ବୟସ୍କ ଲୋକ ଏପରିକି ଗ୍ରାମର ମୁରବି ମାନଙ୍କୁ ମଧ୍ୟ ଧମକ ଦେବାରେ ପଛାଉ ନାହାନ୍ତି ଅନେକ ସମୟରେ ! ଗୁଣ୍ଡାଙ୍କ ଧମକ ଏବଂ ପ୍ରଶାସନ ପୁଲିସ ର ଧମକ ଦେଖାଇ ଜମିକୁ ଜବରଦସ୍ତ ଆବଧ କରିବାରେ ଲାଗିଛନ୍ତି l ଏବେ ସରକାର ନୂତନ ନିୟମ ଆଣିଥିବା ବେଳେ , କିପରି ଭାବରେ ସରକାରି ଜମି କୁ ଆବଧ କରାଯାଉଛି ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ !
ବ୍ୟବହାର ଉପଯୋଗୀ ନଦୀ କୂଳ ପାର୍ଶ୍ୱ ଜମିକୁ ଜୋର ଜବରଦସ୍ତ ଦଖଲ !!!

