Site icon Awaj Media

ଜିଲ୍ଲପାଳ ଙ୍କ ଅଧକ୍ଷତାରେ ସ୍ପେସିଆଲ ଇଣ୍ଟେନସିଭ ରେଭିଜେନ ପାଇଁ ସାମ୍ବାଦିକ ସମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ସ୍ପେସିଆଲ ଇଣ୍ଟେନସିଭି ରେଭିଜେନ ଉପରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୂଚନା ପୂର୍ବକ କହିଲେ ଯେ, ଭାରତର ନିର୍ବାଚନ ଆୟୋଗ ତା ୦୧ . ୦୭. ୨୦୨୬ ରିଖକୁ ଯୋଗ୍ୟ ତାରିଖ ରୂପେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ସ୍ପେସିଆଲ ଇଣ୍ଟେନସିଭି ରେଭିଯେନ ) ଅଭିଯାନ ଓଡ଼ିଶାରେ ଆରମ୍ଭ କରିଛନ୍ତି । ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍, ସ୍ବଚ୍ଛ ଓ ଅଦ୍ୟତନ କରିବା । ଏଥିପାଇଁ ୩୦ ମଇ ୨୦୨୬ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବି ଏଲ ଓ ମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ (ଏଣୁମେରେସନ ଫୋର୍ମ )ପ୍ରଦାନ କରିବେ । ଭୋଟର ମାନେ ଏହି ଦୁଇଟି ଫର୍ମ ସଠିକ ଭାବେ ପୂରଣ କରିବେ ଓ ଗୋଟିଏ କପି ନିଜ ପାଖରେ ରେଫରେନ୍ସ ପାଇଁ ରଖିବେ ଏବଂ ଅନ୍ୟ କପିଟି ବି ଏଲ ଓ ସଂଗ୍ରହ କରିବେ । ତେଣୁ ସମସ୍ତ ଭୋଟରମାନେ ବି ଏଲ ଓ ଙ୍କୁ ସହଯୋଗ କରନ୍ତୁ ଓ ସଠିକ ତଥ୍ୟ ପ୍ରଦାନ କରନ୍ତୁ । ସମସ୍ତ ଫର୍ମ ସଂଗ୍ରହ କରି ସାରିବା ପରେ ଖସଡା ନିର୍ବାଚନୀ ତାଲିକା (ଡ୍ରାଫ୍ଟ ଇଲେକଟ୍ରାଲା ରୋଲ୍ଲ ) ପ୍ରସ୍ତୁତ କରାଯାଇ ପ୍ରତି ବୁଥ,ଏ ଇ ଆର ଓ / ଇରାଓ ଙ୍କ କାର୍ଯ୍ୟାଳୟ ଓ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ତା ୦୫ . ୦୭ . ୨୦୨୬ ରିଖରେ ପ୍ରକାଶନ କରାଯିବ । ସମସ୍ତ ଭୋଟରଙ୍କୁ ଅନୁରୋଧ ସେମାନେ ନିଜ ନିଜ ନାମ ନିର୍ବାଚନୀ ତାଲିକାରେ ଯାଞ୍ଚ କରିବେ ଓ ତ୍ରୁଟି ଥିଲେ ତା ୦୫ . ୦୭ . ୨୦୨୬ ରିଖ ଠାରୁ ତା ୦୪. ୦୮. ୨୦୨୬ ରିଖ ମଧ୍ଯରେ ଦାବୀ ଓ ଆପତ୍ତି ବିଲଓ /ଏଇ ଆର ଓ /ଇରଓ ଙ୍କ ନିକଟରେ ଦାଖଲ କରିବେ । ତା ୦୫. ୦୭ . ୨୦୨୬ ରିଖ ଠାରୁ ତା ୦୨. ୦୯. ୨୦୨୬ ରିଖ ମଧ୍ଯରେ ଇର ଓ /ଏରଓ ନୋଟିସ ଦେଇ ଦାବୀ ଓ ଆପତ୍ତିର ଶୁଣାଣି କରିବେ । ତା ୦୬. ୦୯. ୨୦୨୬ ରିଖରେ ଅନ୍ତିମ ନିର୍ବାଚନୀ ତାଲିକା ପ୍ରକାଶନ କରାଯିବ I ତେଣୁ ନୟାଗଡ ଜିଲ୍ଲାର ସମସ୍ତ ଭୋଟରମାନଙ୍କୁ ଅନୁରୋଧ ସମସ୍ତେ ବୂଥ ଲେବେଲ ଅଫିସର (ବିଲଓ ), ବୂଥ ଲେବେଲ ଏଜେଣ୍ଟ (ବିଲ ଏ ), ଭଲ୍ୟୁଣ୍ଟିୟର ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ ତଥ୍ୟ ଦିଅନ୍ତୁ ଏବଂ ଖସଡା ନିର୍ବାଚନୀ ତାଲିକା କୁ ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବୀ ଓ ଆପତ୍ତି ଦାଖଲ କରି ସଠିକ୍, ସ୍ବଚ୍ଛ ଭୋଟର ତାଲିକା ପ୍ରସ୍ତୁତ କରିବାରେ ସହଯୋଗ କରନ୍ତୁ । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ବିଜୟାନନ୍ଦ ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଡେପୁଟି କଲେକ୍ଟର(ନିର୍ବାଚନ )ଶିବାନୀ ରାଉତ, ଡେପୁଟି କଲେକ୍ଟର ତପସ୍ୱିନୀ ହାଁସଦା, ନୋଡାଲ ଅଫିସର ପ୍ରିଣ୍ଟ ଇଲେକ୍ଟ୍ରୋନିକ୍ସ ମେଡ଼ିଆ ଡେପୁଟି କଲେକ୍ଟର ସନ୍ତୋଷ କୁମାର ଜେନା, ନୋଡାଲ ଅଫିସର , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସାମ୍ବାଦିକମାନେ ଏବଂ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ l

Exit mobile version