Site icon Awaj Media

ରୋଟାରୀ କ୍ଲବ ଅଫ ରାଜଧାନୀ ପକ୍ଷରୁ ଅଫିସିଆଲ ଡିଜି ଭିଜିଟ କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଭୁବନେଶ୍ୱର ବୁଦ୍ଧ ମନ୍ଦିର ନୂଆ ଅଡିଟରିୟମ ହଲ ଠାରେ ରୋଟାରୀ କ୍ଲବ ରାଜଧାନୀ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହା ମାଧ୍ୟମରେ କ୍ଲବର ଗଭର୍ନର କ୍ଲବ ମାନଙ୍କୁ ପରିଦର୍ଶନ କରିବା ସହିତ କ୍ଲବ ସଦସ୍ୟ, ସଭାପତି ଏବଂ ସମ୍ପାଦକଙ୍କ ସହିତ ଆଲୋଚନା କରିଥାନ୍ତି । ଏହି କ୍ଲବର ସଦସ୍ୟ ମାନେ ନିରନ୍ତର ଭାବେ ସମାଜରେ ଥିବା ଦୁଃଖୀ, ଗରିବ ଓ ଅସହାୟ ମାନଙ୍କ ସେବା କରିଆସୁଛନ୍ତି । ବିଭିନ୍ନ ସ୍ଥାନରେ ରକ୍ତଦାନ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହାର ଏକ ମହତ ଉଦେଶ୍ୟ । ‘ଥିଲେ ଦିଅ ନଥିଲେ ନିଅ ‘ଏହା ଏହି କ୍ଲବର ଏକ ବିଶେଷ କାର୍ଯ୍ୟକ୍ରମ , ଯାହାଦ୍ୱାରା ସମସ୍ତେ ନିଜର ବଳକା, ଅନାବଶ୍ୟକ ଜିନିଷ ଏଠାରେ ଦେଇଥାନ୍ତି ଏବଂ ଏହାକୁ କ୍ଲବ ମାଧ୍ୟମରେ ଦରକାର ଲୋକଙ୍କୁ ପ୍ରଦାନ କରାଯାଇଥାଏ । ଦୟା ନଦୀ ବାଲୁକା ରେ ୧୪୦ଫୁଟ ର ବୁଦ୍ଧଙ୍କର ଶୟନ କଳାକୃତି କରାଯାଇଛି ।

Exit mobile version