Site icon Awaj Media

ଚିଲିକା ଉଚ୍ଚ ବିଦ୍ୟାଳୟ ର ୨୦୦୫ ମସିହା ଦଶମ ଶ୍ରେଣୀ ବ୍ୟାଚ ର ବନ୍ଧୁ ମିଳନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡକୂଳ ଚିଲିକା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଚିଲିକା ଉଚ୍ଚ ବିଦ୍ୟାଳୟ ୨୦୦୫ ମସିହାର ଦଶମ ଶ୍ରେଣୀ ବ୍ୟଚ୍ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପୁରାତନ ଶିକ୍ଷକ ବିଘ୍ନନାଶ ପାଣିଗ୍ରାହୀ , ଭାଗୀରଥୀ ସ୍ବାଇଁ, ସୁରେଶ ଶତୃଶଲ୍ୟ , ବିଜୟ କୁମାର ତ୍ରିପାଠୀ, ଅଶୋକ କୁମାର ପ୍ରଧାନ ଏବଂ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ରୂପେ ଯୋଗ ଦେଇଥିଲେ । ସଭା ଆରମ୍ଭ ରୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗଛ ଦେଇ ସମ୍ମାନିତ କରିଥିଲେ । ପରେ ପରେ ଅତିଥି ମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ଦୀର୍ଘ ୨୦ ବର୍ଷ ପରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇଥିବା ବେଳେ ପୁରାତନ ଛାତ୍ରଛାତ୍ରୀ ମାନେ ୨୦ ବର୍ଷ ତଳେ ଶିକ୍ଷା ଗ୍ରହଣ କରୁଥିବା ସମୟରେ କିପରି ଥିଲା ସେ ସମୟ ସେ ସମ୍ପର୍କ ରେ ନିଜର ଅନୁଭୂତି ରଖିବା ସହିତ ପରିବେଶକୁ ଭାବବିହ୍ବଳ କରିଥିଲେ । ଶେଷରେ ଧନ୍ୟବାଦ ଜ୍ଞାପନ ସହିତ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା ।

Exit mobile version