Site icon Awaj Media

ସ୍ମୃତି ସୌରଭ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଉପ କାରାଗାର ଠାରେ ଦୁଇ ମୁଖ୍ୟ କାରାରକ୍ଷୀ ମଙ୍ଗୁଳୁ ସେଠୀ, ପ୍ରତାପ ଚନ୍ଦ୍ର ଦାସଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଉପ କାରାଗାର ଅଧୀକ୍ଷକ କାମାକ୍ଷୀ ପ୍ରସାଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାକ୍ତନ ଉପ କାରାଗାର ଅଧୀକ୍ଷକ ହନୁ ସେଠୀ ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନିତ ଅତିଥି ଭାବେ ପ୍ରଗତି ମହିଳା ସଙ୍ଗଠନ ପାରଳାଖେମୁଣ୍ଡିର ସମ୍ପାଦିକା ତନୁଜା ଶତପଥୀ ଯୋଗଦାନ କରିଥିଲେ । ସହକାରୀ କାରାପାଳ ଭାଗିରଥୀ ପଣ୍ଡା ସ୍ଵାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିବା ବେଳେ ମହିଳା କାରାରକ୍ଷୀ ଜଲି ଦାଶ କାର୍ଯ୍ୟକ୍ରମ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କୁ ସ୍ମୃତି ସୌରଭ ସଭାରେ ସୁସ୍ଥ ,ଶାନ୍ତିମୟ ଓ ଦିର୍ଘ ଜୀବନ କାମନା କରିଥିଲେ । ମୁରଲୀ ସେଠୀ, ଶ୍ରୀକାନ୍ତ ପଣ୍ଡା ଓ କାରାଗାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version