Site icon Awaj Media

ଅଂଶୁପା ହ୍ରଦ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବିଶ୍ୱ ପରିବେଶ ଦିବସ ଅବସରରେ ବିଜେପି ର ଓଡିଶା କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ଆହ୍ୱାନ ରେ ସାରା ରାଜ୍ୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ସ୍ଥିତ ଅଂଶୁପା ହ୍ରଦ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଙ୍କ ସମେତ ଅନେକ ନେତୃମଣ୍ଡଳୀ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସୁସ୍ଥ ପରିବେଶ ପାଇଁ ସମସ୍ତେ ନିଜ ବାଡିରେ କିମ୍ବା ଖାଲି ପଡିଥିବା ଜାଗା ମାନଙ୍କରେ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇଥିଲେ । ଆଗକୁ ଏହି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁ କୃଷକ ମୋର୍ଚ୍ଚା ପକ୍ଷରୁ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ।

Exit mobile version