Site icon Awaj Media

କଲ୍ୟାଣପୁର ସ୍ଵସ୍ତି ବନ ଠାରେ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : କଲ୍ୟାଣପୁର ସ୍ଵସ୍ତି ବନ ଠାରେ ରଜ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ! ଓଡ଼ିଆ ଙ୍କ ଗଣପର୍ବ ରଜ , ମଉଜ ମଜଲିସ ଆନନ୍ଦ ଉଲ୍ଲାସର ପର୍ବ ରଜ ! ଏହି ରଜ ଉତ୍ସବକୁ କୁ ଗତ ନ ବର୍ଷ ଧରି ନିଆରା ଢଙ୍ଗରେ ପାଳି ଆସୁଛି ଭୁବନେଶ୍ୱର ରଜ ମହୋତ୍ସବ ସମିତି ! ଭୁବନେଶ୍ୱର ଉତ୍ତର ବିଧାୟକ ତଥା ରଜ ମହୋତ୍ସବ ସମିତି ର ସଭାପତି ସୁଶାନ୍ତ କୁମାର ରାଉତ ଙ୍କ ଆବାହକତ୍ୱରେ କଲ୍ୟାଣପୁର ସ୍ଵସ୍ତି ବନ ଠାରେ ଆଗାମୀ ରଜ ମହୋତ୍ସବ ପ୍ରସ୍ତୁତି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମହୋତ୍ସବ ସମିତି ର ସଦସ୍ୟ ! ଜୁନ ମାସ 14 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ମହା ସମାରୋହରେ ଆୟୋଜିତ ହେବ ରଜ ମହୋତ୍ସବ ! ଚଳିତ ବର୍ଷ ମୋଟ 500 ଦୋଳିର ବ୍ୟବସ୍ଥା କରାଯାଇଥିବା ବେଳେ , ମହିଳା ମାନଙ୍କ ପାଇଁ ଝୋଟି , ରଙ୍ଗୋଲି , ପୁଚି ଖେଳ , ଦଉଡି ଡିଆଁ , ମ୍ୟୁଜିକ ଚେୟାର , ସାଧାରଣଜ୍ଞାନ , ଭଜନ ସଙ୍ଗୀତ , ନୃତ୍ୟ , ଶଙ୍ଖ , ହୁଳହୁଳି , ମିକି ମାଉସ ଅରଟ ଆଦି ପ୍ରତିଯୋଗିତା ଆୟୋଜନ କରାଯିବ ପାଇଁ ଯୋଜନା ହୋଇଛି ! ସେହିପରି ପଶା ଖେଳ , କବାଡି , ନଦିଆ କୀର୍ତ୍ତନ , ସଂକୀର୍ତ୍ତନ ଆଦି ଆୟୋଜନ କରାଯାଇ ବିଜେତା ମାନଙ୍କୁ ପୁରସ୍କୃତ କରାଯିବ ! ମହୋତ୍ସବ ସ୍ଥଳକୁ ଆସୁଥିବା ଦର୍ଶକ ମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ବୋଲି ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ସୁବାଷ ପାତ୍ର ପ୍ରକାଶ କରିଛନ୍ତି !

Exit mobile version