Site icon Awaj Media

ନାହିଁ ନାହିଁରେ ଚାଲିଛି ସରକାରୀ ହୋମିଓପାଥିକ ଚିକିତ୍ସାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନାହିଁ ନାହିଁରେ ଚାଲିଛି ସରକାରୀ ହୋମିଓପାଥିକ ଚିକିତ୍ସାଳୟ , କେବେ ପଡିବ ସରକାରଙ୍କ ଦୃଷ୍ଟି ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଥିବା ହୋମିଓପାଥିକ ଚିକିତ୍ସ।ଳୟଟି ନାହିଁ ନାହିଁରେ ଚାଲିଛି । ଏଠାରେ ସ୍ଥାୟୀ ଡାକ୍ତର ନାହାନ୍ତି , ଚିକିତ୍ସାଳୟଟି ପୌର ପରିଷଦର କ୍ୱାଟରରେ ଚାଲିଛି ! ସେଠାରେ ପାଣିର ବ୍ୟବସ୍ଥା ନାହିଁ, ଶୌଚାଳୟ ନାହିଁ , ରୋଗୀ ଙ୍କ ସକାଶେ ପ୍ରତିକ୍ଷା ଗୃହ ନାହିଁ । ଏହି କ୍ଵାଟର ରୁମ୍ ଟି ସିଲିଂ ହୋଇନାହିଁ । ଫ୍ୟାନ ନାହିଁ , ତାପମାତ୍ରାରେ କିପରି ରୋଗୀ ସେବା ହେବ ସହଜରେ ଅନୁମେୟ, ନୂତନ କୋଠାଗୃହ ହେଲେ ଲୋକେ ଉପକୃତ ହୋଇ ସ୍ବାସ୍ଥ୍ୟ ସେବା ପାଇ ପାରିବେ । ପ୍ରକାଶ ଥାଉକି ଏହି ବିଷୟରେ ଖବର ପାଇ ପାରଳା ବିଧାୟକ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ମୂନିନ୍ଦ୍ର ହନାନାଗା, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମଧ୍ୟ ପରିଦର୍ଶନ କରିଥିଲେ । ଏହାପରେ ବିଦ୍ୟୁତ୍ ବ୍ୟବସ୍ଥା କରାଗଲା , କିନ୍ତୁ ଅନ୍ୟ କିଛି ସମସ୍ୟା ତଥା ମୌଳିକ ଆବଶ୍ୟକତା ପୁରଣ ହୋଇ ପାରିଲା ନାହିଁ । ଦିନକୁ ଦିନ ତାପ ମାତ୍ରା ବୃଦ୍ଧି ହେଉଛି , କିପରି ରୋଗୀ ସେବା ହୋଇ ପାରିବ ତାହା ପ୍ରଶ୍ନବାଚୀ !

Exit mobile version