Site icon Awaj Media

ଡମପଡା ବ୍ଲକରୁ ବିଶ୍ୱରଂଜନ ସ୍ବାଇଁ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ଯୁବ ସମାଜସେବୀ ତଥା ପରିବେଶବିତ ବିଶ୍ୱରଞ୍ଜନ ସ୍ବାଇଁଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ମିଳିବ ଚଳିତ ବର୍ଷର ପ୍ରକୃତ ବନ୍ଧୁ ପୁରସ୍କାର | ସେଥିପାଇଁ ତାଳବସ୍ତ ଅଂଚଳରେ ପ୍ରକୃତିପ୍ରେମୀଙ୍କ ଭିତରେ ଖୁସିର ଲହର ଖେଳିଛି | ଡମପଡା ବ୍ଲକ ଆୱାଜ ମିଡ଼ିଆ ପ୍ରତିନିଧିଙ୍କୁ ନିଜର ପ୍ରଥମ ଖୁସି ସେୟାର କରି ବିଶ୍ୱ ରଞ୍ଜନ କହିଛନ୍ତି ଯେ, ମୁଁ ଛୁଟି ଦିନ ମାନଙ୍କରେ ପ୍ରଥମେ ଖେଳ ଏବଂ ନୃତ୍ୟରେ ବହୁତ ସମୟ ଦେଉଥିଲି, କିନ୍ତୁ ଦୁଇବର୍ଷ ହେବ ଆମ ଅଂଚଳର ସାମାଜିକ କର୍ମି ଅକ୍ଷୟ କୁମାର ସାମଲଙ୍କ ପ୍ରେରଣାରେ ପରିବେଶ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରୁଅଛି | ବେଶି ଉତ୍ସାହ ଦେଇଛି ଗତବର୍ଷର ଧରିତ୍ରୀ ପରିବାରର ବାର୍ଷିକ ଉତ୍ସବର ପରିବେଶ ସେମିନାର | ଏହି ପୁରସ୍କାର ମୋତେ ଆଗକୁ ଆହୁରି ଭଲ କାମ କରିବାକୁ ପ୍ରେରଣା ଦେଵ |

Exit mobile version