Site icon Awaj Media

ମହେନ୍ଦ୍ରଗିରି ମେଳାରେ ଯୋଗଦେଲେ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରିରେ ଅନୁଷ୍ଠିତ ହେଉଥିବା ମହେନ୍ଦ୍ର ମେଳାର ମହାଯଜ୍ଞର ଅଷ୍ଟମ ଦିନରେ ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାକୁ କମ୍ଭମପତି ଯୋଗ ଦେଇ ମୁଖ୍ୟ ଯଜ୍ଞ କୁଣ୍ଡ ପୂଜାରେ ସାମିଲ ହେବା ସହ କୁନ୍ତୀ ମନ୍ଦିର ଗୋକର୍ଣ୍ଣେଶ୍ବର ପୀଠରେ ପୁଜାର୍ଚ୍ଚନା କରିଥିଲେ । ପରେ ଆୟୋଜିତ ସଭାରେ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁ ସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମହେନ୍ଦ୍ରଗିରି ମେଳାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ପାହାଡିଆ ଘାଟିରେ ଚାଲି ଚାଲି ବହୁ କଷ୍ଟରେ ଯାଉଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Exit mobile version