Site icon Awaj Media

ସିରିଜ ଦୁର୍ଘଟଣା ଘଟlଇଲା ମାଲ ବୋଝେଇ ଟ୍ରକ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସିରିଜ ଦୁର୍ଘଟଣା ଘଟlଇଲା ମାଲ ବୋଝେଇ ଟ୍ରକ l ଅପରାହ୍ନ ରେ ଛତିଶଗଡ ରୁ ଏକ ମାଲ ବୋଝେଇ ଟ୍ରକ କିଛି ଜିନିଷ ଧରି ଆନ୍ଧ୍ର ର ବିଶାଖାପାଟଣା କୁ ଯାଉଥିବା ବେଳେ କୋରାପୁଟ ସହର ମଧ୍ୟ୍ୟ ରେ ଥିବା ଏଚ ପି ଗ୍ୟାସ ଅଫିସ ନିକଟରେ ସିରିଜ ଦୁର୍ଘଟଣା ଘଟାଇଛି ! କିଛି ବାଇକ କୁ ଧକକା ଦେଇ ଅଫିସ କବାଟ ରେ ବାଜି ଓଲଟି ପଡିଥିଲା ଗାଡିଟି ! ତେବେ ଦୁର୍ଘଟଣାରେ କୌଣସି ଧନ ଜୀବନ କ୍ଷତି ହୋଇ ନ ଥିବା ବେଳେ ଗ୍ୟାସ ଅଫିସ ମଧ୍ୟ ଏକ ନିଶ୍ଚିତ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛି ! ହେଲେ ଏଠାରେ ପ୍ରଶ୍ନ ଉଠେ କିଛି ମାସ ତଳେ ଏହିପରି ଏହିସ୍ଥାନ ରେ ଦୁର୍ଘଟଣା ଘଟିଥିବା ବେଳେ ଏହି ଜାଗା ରେ ବାରମ୍ବାର ଏମିତି ଘଟୁଛି , ତଥାପି ପ୍ରଶାସନ କାହିଁକି ଚେତୁନି ବେଆଇନ ପାର୍କିଙ୍ଗ କୁ ହଟାଉନି l

Exit mobile version