Site icon Awaj Media

୨୦୩୬ – ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା : ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ୱରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥ୍‌ ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବେ ପୌରାଧକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗ ଦେଇଥିଲେ । କବି ଗୋପୀନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଉପ ସଭାପତି ଅରୁଣ କୁମାର ମହାନ୍ତି ସ୍ଵାଗତ ଭାଷଣ ରଖିଥିଲେ । ଆଲୋଚକ ଭାବେ ଉତ୍କଳ ସମ୍ମିଳନୀ ରାଜ୍ୟ ଶାଖାର କେନ୍ଦ୍ରୀୟ ସଂପାଦକ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସହିତ ଜିଲ୍ଲା ପର୍ଯ୍ୟଟନ ଉପରେ ଆଲୋକପାତ କରିଥିଲେ ! ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମହମ୍ମଦ ଓମାର ମଲିକ , ପ୍ରଶାନ୍ତ କୁମାର ହଜାରୀ ମୃତ୍ତିକା ସଂରକ୍ଷଣ, ଜଳ ସେଚନ ଓ କୃଷି ଉପରେ , ସସ୍ମିତା ଦାଶ ମହିଳା ଓ ଶିଶୁ ସୁରକ୍ଷା ଉପରେ ତଥ୍ୟ ସମ୍ବଦ୍ଧିତ ଉପସ୍ଥାପନା ରଖିଥିଲେ । ଡାକ୍ତର ଅରବିନ୍ଦ ଦାସ ସ୍ଵାସ୍ଥ୍ୟ ସମସ୍ୟା ଏବଂ ଏହାର ସମାଧାନ ଉପରେ ଉପାଦେୟ ବିବରଣୀ ପ୍ରଦାନ କରିଥିଲେ । ଶ୍ରୀକୁମାର ରଥ, ଜ୍ଞାନ ପ୍ରକାଶ ବାରିକ, ହାଡ଼ିବନ୍ଧୁ ମହାକୁଡ , କମ୍ରେଡ୍ ବିଶ୍ୱନାଥ ମହାପାତ୍ର, ଶ୍ରୀଧର ସାହୁ, ବିଘ୍ନଶ୍ଵର ବେହେରା, କାମାକ୍ଷା ପ୍ରସାଦ ଦାଶ ଓ ଗୋକୁଳ କୁମାର ଷଡ଼ଙ୍ଗୀ ପ୍ରମୁଖ ପ୍ରଶ୍ନୋତ୍ତର ମାଧ୍ୟ୍ୟମରେ ଆଲୋଚନା ଚକ୍ର କୁ ଶିକ୍ଷଣୀୟ କରିଥିଲେ । ମୁଖ୍ୟ ଅତିଥି ଇଂ ଦେବାଶିଷ ପଟ୍ଟନାୟକ ନିଜର ବକ୍ତବ୍ୟ ମାଧ୍ୟମରେ ଆଲୋଚନାର ନିର୍ଯାସକୁ ନେଇ ଜିଲ୍ଲା ପ୍ରଶାସନ ଓ ଉତ୍କଳ ସମ୍ମିଳନୀ, ଜିଲ୍ଲା ଶାଖା ମଧ୍ୟରେ ଏହି ଉପାଦେୟ ଆଲୋଚ୍ୟ ତଥ୍ୟର ସମନ୍ଵୟ ରକ୍ଷା କରିବା ନିମନ୍ତେ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଶ୍ରୀମତୀ ନିରୂପମା ଖଟେଇ ଏବଂ ସଭାପତି ଶ୍ରୀମତୀ ବସିରନ୍ ବିବି ଏହି ଆଲୋଚନାଚକ୍ରର ଉପାଦେୟତା, ସମାଜ ଉପକାର ସହିତ ୨୦୩୬ ରେ ବିକଶିତ ଓଡ଼ିଶା ଗଠନର ଏକ ମାଧ୍ୟମ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ଓ ଛାତ୍ରଛାତ୍ର ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ । ପରିଶେଷର ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version