ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂତନ ବସଷ୍ଟାଣ୍ଡ ରେ ପୌର ପରିଷଦ ପକ୍ଷ ରୁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଯାତ୍ରୀ ଙ୍କ ସକାଶେ କରାଯାଇଥିଲା । କିଛି ଦିନ ହେଲା ତାହା ଅଚଳ ହୋଇ ପଡ଼ିଥିଲା । ଯାତ୍ରୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିଲେ ! ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୌର ପରିଷଦ ଯାତ୍ରୀ ଙ୍କ ସକାଶେ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିଥିବାରୁ ଯାତ୍ରୀ ମାନେ ପୌର ପରିଷଦ କୁ ଧନ୍ୟବାଦ ଜଣାଇଛନ୍ତି । ସହରରେ ତାପମାତ୍ର। ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନୂତନ ବସଷ୍ଟାଣ୍ଡ ରେ ପାନୀୟ ଜଳ ଅସୁବିଧା ଥିଲା । ଖବର ପ୍ରସାରଣ ପରେ ଯାତ୍ରୀ ମାନେ ପାନୀୟ ଜଳ ପାଇ ପାରିଥିବାରୁ ଗଣମାଧ୍ୟମ କୁ ଧନ୍ୟବାଦ ଜଣାଇଛନ୍ତି ।
ଖବର ପ୍ରସାରଣ ପରେ ଶୁଦ୍ଧ ପାନୀୟ ଜଳ ପାଇଲେ ଯାତ୍ରୀ !!!

