Site icon Awaj Media

ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀ ସଂଗ୍ରାମୀ ସେବାସଙ୍ଘ ପକ୍ଷରୁ ଜୟଦେଵ ଭବନ ପଦର୍ଶନୀ ଗ୍ରୁହ ଠାରେ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, କର୍ପୋରେଟର ଅମରେଶ ଜେନା, ସ୍ତମ୍ଭକାର ଭାଗ୍ୟଲିପି ମଲ୍ଲ, କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ସମାଜସେବୀ ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । ଭିଏସଏସ ନଗର ଅଞ୍ଚଳର କର୍କଟ ପୀଡିତ ହେମନ୍ତ କୁମାର ରାଉତଙ୍କୁ ହୁଣ୍ଡିରୁ ମୋଟ ୨୧ ହଜାର ୨୨୦ ଟଙ୍କା ମୋଟ ଅର୍ଥରାଶି ଅତିଥିମାନଙ୍କ ହସ୍ତରେ ପ୍ରଦାନ କରାଯାଇଥିଲା । ଏହାସହ ସାମ୍ବାଦିକମାନଙ୍କୁ “ସାମ୍ବାଦିକ ବନ୍ଧୁ ସମ୍ମାନ” ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ବିକାଶ ବାରିକ, ଧନ୍ୟବାଦ ଅର୍ପଣ କରିଥିଲେ ସଙ୍ଘ ସଭାପତି ଧୀରେନ ଶଙ୍କର ଦାସ, ସମାଜ ସେବୀ ମାନୀ ପଣ୍ଡା, ତନ୍ମୟ ସାମନ୍ତରାୟ, ଚିତ୍ତରଞ୍ଜନ ଦାସ, ରୋହିତ ନାୟକ, ମହାକାଳ ସେବକ ମାନସ ସାହୁ, ମାନୀ ପଣ୍ଡା, ଦେବପ୍ରସାଦ ମେର୍କାପ, ପ୍ରତାପ ସାହୁ, ଦୀପକ ବାରିକ ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଥାଉ ଏହି ସମାଜମଙ୍ଗଳ ହୁଣ୍ଡି ଅର୍ଥ ରାଶି ସମାଜସେବୀ ପ୍ରଜ୍ଞା ପ୍ରିୟଦର୍ଶନୀ ରଥଙ୍କ ଦ୍ୱାରା ମହାରାଷ୍ଟ୍ର ରୁ ଓଡିଶା ଟ୍ରେନ ଯାତ୍ରା ସମୟରେ ଆଦାୟ ହୋଇଥିଲା ।

Exit mobile version