Site icon Awaj Media

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ରକ୍ତଦାନ ମହତ ଦାନର ବାର୍ତ୍ତା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଟାଙ୍ଗୀ ଟେଟ୍ରାହେଡ୍ରନ୍ କଲେଜ କ୍ୟାମ୍ପସ ରେ ଟେଟ୍ରାହେଡ୍ରନ୍ ଏଜୁକେସନାଲ୍ ଟ୍ରଷ୍ଟ ଏବଂ ଟେଟ୍ରାହେଡ୍ରନ୍ କ୍ଲବ୍ ଆଣ୍ଡ୍ ଇନଷ୍ଟିଚ୍ୟୁସନ୍‌ର ଅଧକ୍ଷ ତ୍ରିଦେବ ସାର ଏବଂ ବ୍ଲଡ କଲେକ୍ସନ ର କଟକ ଜିଲ୍ଲାର ଆବାହକ ଭାବେ କାମ କରୁଥିବା ମହିଳା ଶ୍ରୀମତୀ ସସ୍ମିତା ପଟନାୟକ ଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ବିଭିନ୍ନ ସମୟରେ ବ୍ଲଡ କ୍ୟାମ୍ପ ଆୟୋଜନ କରିଥାନ୍ତି , ଯାହା ଫଳରେ ଓଡ଼ିଶା ରୁ ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିବା କଟକ ଏ ସି ବି ମେଡିକାଲ ଚିକିତ୍ସା କେନ୍ଦ୍ର କୁ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀଙ୍କ ପାଇଁ ରକ୍ତ ଆବଶ୍ୟକ ଥିବା ବେଳେ ନାଇଁ ନଥିବା ର ବହୁ ଅସୁବିଧା ର ସମୁଖିନ ହେଉଥିବାର ଦେଖା ଯାଇଛି l ଯାହା ଫଳରେ ଏପରି ଜଣେ ମହିଳା ଆଗକୁ ଆସିଛନ୍ତି ଯେ ସେ ଜଣେ ନିସ୍ଵାର୍ଥପର ଭାବେ ନିଜ ଜୀବନ କୁ ବାଜି ଲଗାଇ ଏହି ଗ୍ରୀଷ୍ମ ପ୍ରବାହ ସମୟରେ ଲୋକଙ୍କୁ ବୁଝାଇ “ରକ୍ତଦାନ ମହତ ଦାନ – ଆସନ୍ତୁ ରକ୍ତଦାନ କରି ଜୀବନ ବଞ୍ଚାଇବା” ଏହି ମହତ ସଂକଳ୍ପକୁ ନେଇ ସକାଳ ୯:୦୦ ଟାରୁ ଆରମ୍ଭ ହୋଇଥିବା ଏହି ଶିବିର ଅପରାହ୍ନ ୪:୦୦ ଟା ପର୍ଯ୍ୟନ୍ତ ଚାଲିଥିଲା । ଶିବିରରେ କଲେଜର ଅନେକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଅତିଥି ଭାବେ ବିଜେପିର ଟାଙ୍ଗୀ ଚୌଦ୍ୱାର ର ଦାୟିତ୍ୱ ରେ ଥିବା ପ୍ରଭାରୀ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସମାଜରେ ରକ୍ତର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଟ୍ରଷ୍ଟର ସମସ୍ତ ସଦସ୍ୟ ଏବଂ କଲେଜ କର୍ତ୍ତୃପକ୍ଷ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version