Site icon Awaj Media

ରାଜ୍ୟପାଳଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ : ମହେନ୍ଦ୍ର ମେଳାରେ ଯୋଗଦେଲେ ମହାମହିମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର ମେଳାରେ ଯୋଗଦେଇଥିଲେ। ମହାଯଜ୍ଞର ଅଷ୍ଟମ ଦିବସରେ ସେ ମୁଖ୍ୟ ଯଜ୍ଞକୁଣ୍ଡରେ ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ମାତା କୁନ୍ତୀ ମନ୍ଦିର ଓ ଗୋକର୍ଣ୍ଣେଶ୍ୱର ପୀଠରେ ଦର୍ଶନ ଓ ପୂଜା କରିଥିଲେ।
ପରବର୍ତ୍ତୀ ସମୟରେ ଆୟୋଜିତ କାର୍ଯ୍ଯକ୍ରମରେ ରାଜ୍ୟପାଳ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ମହେନ୍ଦ୍ର ମେଳାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏବଂ ମାନ୍ୟବର ବାଣିଜ୍ୟ ଓ ପରିବହନ,ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ। ଉକ୍ତ ମେଳାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସାହୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗାରାଜୁଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପରେ ମହାମହିମ ରାଜ୍ୟପାଳ ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର ଦର୍ଶନ କରି ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବୌଦ୍ଧ ଧର୍ମ ଓ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅବଗତ ହୋଇଥିଲେ ।

Exit mobile version