Site icon Awaj Media

ବ୍ରହ୍ମେଶ୍ୱର ରଜ ମହୋତ୍ସବ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ମାଟି ର ମହକ ଯେଉଁ ପର୍ଵରୁ ଆସିଥାଏ ତାହା ହେଉଛି କୃଷି ଭିତ୍ତିକ ଗଣପର୍ବ ରଜ ! ହସ ଖୁସିର ପର୍ବ ରଜ , ଆନନ୍ଦ ଉଲ୍ଲାସର ପର୍ବ ହେଉଛି ରଜ ! ପିଠା ପଣା ର ପର୍ବ ରଜ , ସଜ ବାଜ ଦୋଳି ଖେଳର ପର୍ବ ହେଉଛି ରଜ ! ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥାଏ ରଜ ପର୍ବ ! ଗାଁ ର ପରିବେଶକୁ ସହରରେ ଜୀବନ୍ତ କରିବାର ପ୍ରୟାସ ଆରମ୍ଭ କରିଛି ଉତ୍କଳ ସେବା ଓ ଶିକ୍ଷା ଚାରିଟେବଲ ଟ୍ରଷ୍ଟ ! ରାଜଧାନୀରେ ବ୍ରହ୍ମେଶ୍ୱର ରଜ ମହୋତ୍ସବ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ! ମହିଳା ମାନଙ୍କୁ ରଜ ପାଳନ ଅବସରରେ ସମସ୍ତ ପ୍ରକାର ଖୁସି ପ୍ରଦାନ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହ ଦୋଳି ଖେଳ , ରଜ ପାନ , ପିଠା ପଣା ଏବଂ ମୀନାବଜାର ର ବ୍ୟବସ୍ଥା ମଧ୍ୟ କରାଯାଇଛି ! ବ୍ରହ୍ମେଶ୍ୱର ରଜ ମହୋତ୍ସବ ଆୟୋଜନ ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ପୂର୍ଣ୍ଣିମା ପଟ୍ଟନାୟକ , ଉପ ସଭାପତି ଜସ୍ମିନ କର , ସମ୍ପାଦକ ଦେବସ୍ମିତା ମିଶ୍ର ଏବଂ କୋଷାଧ୍ୟକ୍ଷ ନନ୍ଦିନୀ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ! ରଜ ଅବସରରେ କାର୍ଯ୍ୟକ୍ରମ ଉପଭୋଗ ପାଇଁ ସମସ୍ତଙ୍କୁ ସାଦର ନିମନ୍ତ୍ରଣ କରିଛନ୍ତି ଅନୁଷ୍ଠାନର ସଭାପତି ପୂର୍ଣ୍ଣିମା ପଟ୍ଟନାୟକ !

Exit mobile version