Site icon Awaj Media

ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ଙ୍କ ବିୟୋଗରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ ବିୟୋଗରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସଭବନକୁ ଯାଇ ପରିବାର ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିଥିଲେ । ଷ୍ଟିଫେନ ଜଣେ ଭଲ କଣ୍ଠଶିଳ୍ପୀ ସହ ପରୋପକାରୀ ମଣିଷ ହିସାବରେ ଜଣାଶୁଣା, ସେ ଶୌରା ଗୀତ ସହ ଆସାମୀ, ଓଡ଼ିଆ, ହିନ୍ଦୀ ତେଲୁଗୁ ରେ ଗୀତ ଗାଇ ଓଡ଼ିଶା ସହ ଓଡ଼ିଶା ବାହାରେ ମଧ୍ୟ ସୁନାମ ଅର୍ଜନ କରିଥିଲେ ! ଷ୍ଟିଫେନ ଓ ତାଙ୍କ ପତ୍ନୀ ବିରାଜି ଯଦି କଣ୍ଠଶିଳ୍ପୀ ହିସାବରେ ବହୁ ଜଣାଶୁଣା , ତାଙ୍କ ଯୋଡ଼ି ଭାଙ୍ଗି ଯାଇଥିବା ରୁ ବିରାଜି ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି ! ଷ୍ଟିଫେନଙ୍କ ଧର୍ମପତ୍ନୀ ଓ ତାଙ୍କ ପୁଅଝିଅ ଙ୍କୁ ସେମାନଙ୍କ ସମସ୍ତ ଅସୁବିଧାରେ ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ! ବିଧାୟକଙ୍କ ସହିତ ସମିତି ସଭ୍ୟ ବୁଲୁ ରଇତ, ବିଜେଡି ନେତା ଜେମସ ରାଇକା, ମସୁରୁନ ରଇତ ,ସାମ୍ବାଦିକ କୃଷ୍ଣ କୁମାର ବେହେରା, ପ୍ରବୀଣ ଲିମା ପ୍ରମୁଖ ଉପସ୍ଥିତ ଥିଲେ !

Exit mobile version