Site icon Awaj Media

ବ୍ଲକ ସମ୍ମୁଖ ତୋରଣ ପାଦଦେଶରେ ଅବ୍ୟବସ୍ଥା : ବ୍ଲକ ବିଡ଼ିଓ କି ଅଧ୍ୟକ୍ଷଙ୍କ ନଜର ନାହିଁ ଏହା ଉପରେ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ସମ୍ମୁଖ ତୋରଣ ପାଦଦେଶରେ ଅବ୍ୟବସ୍ଥା , ବ୍ଲକ ବିଡ଼ିଓ କି ଅଧ୍ୟକ୍ଷଙ୍କ ନଜର ନାହିଁ ଏହା ଉପରେ | ବର୍ଷ ବର୍ଷ ଧରି ଲୋକଙ୍କ ସାଇକେଲ ବାଇକ ଦୁର୍ଘଟଣା ହେଉଅଛି | ଗୋଟେ ସରକାରୀ କାର୍ଯ୍ୟାଳୟକୁ ବହୁତ ଜନ ସାଧାରଣ ଆସିଥାଆନ୍ତି ନିଜ ସୁବିଧା ଅସୁବିଧାର ସମାଧାନ କରିବା ପାଇଁ | ଯଦି କାର୍ଯ୍ୟାଳୟର ପ୍ରବେଶ ପଥରେ ସେମାନଂକୁ ଝୁଣ୍ଟିବାକୁ ହୁଏ, ସେମାନେ ଭିତରକୁ ଯାଇ ନିଜ ଗୁହାରି କାହାରିକୁ କହିବେ ! ଏମିତି ଘଟଣାମାନ ବାଙ୍କୀ ଡମପଡା ବ୍ଲକରେ ଦେଖିବାକୁ ମିଳୁଛି |ବାଙ୍କୀ ଡମପଡା ବ୍ଲକର ପ୍ରବେଶ ଦ୍ଵାର, ଯେଉଁଥିରେ ବାଙ୍କୀ ଏନ ଏ ସି ଏବଂ ଡମପଡା ବ୍ଲକର 17ଟି ଗ୍ରାମ ପଂଚାୟତର ଜନ ସାଧାରଣ, ବାଙ୍କୀର ସମସ୍ତ ସାମ୍ବାଦିକ, ରାଜନେତା, ଦୁଇ ବ୍ଲକର ବି ଡ଼ି ଓ ଏବଂ ଅଧ୍ୟକ୍ଷଙ୍କ ସହିତ ଶହ ଶହ କର୍ମଚାରୀ ପ୍ରତିଦିନ ନିଜ କାମରେ ଆସୁଛନ୍ତି | ସାଇକେଲ ଏବଂ ବାଇକ ନେଇ ଆସୁଥିବା ଲୋକମାନେ ବ୍ଲକ ସମ୍ମୁଖରେ ଥିବା ଖାଲଢିପରେ ପଡ଼ିଥିବା ଭଙ୍ଗା ତେଢାମେଢାର ଲୁହା ପାଇପ ଉପରେ ବାରମ୍ବାର ପଡି ଲହୁଲୁହାଣ ହେଉଛନ୍ତି | ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି | ଏହା ଉପରେ ବର୍ଷ ବର୍ଷ ଧରି ବ୍ଲକ ପ୍ରଶାସନ କି ଜନ ପ୍ରତିନିଧି କାହାର ନଜର ରହୁନାହିଁ | ବ୍ଲକ ଅଧ୍ୟକ୍ଷ, ବିଧାୟକ ଏବଂ ବି ଡ଼ି ଓ ମାନେ ନିଜ ଭଲ ଦାମୀ ଗାଡ଼ିରେ କାର୍ଯ୍ୟକ୍ଷେତ୍ରକୁ ଆସୁଥିବାରୁ ସାଧାରଣ ଲୋକଙ୍କ କଷ୍ଟ ଅନୁଭବ କରିପାରୁନାହାନ୍ତି | ବ୍ୟୟ ବହୁଳ ତୋରଣ ଉପରେ ବର ଅଶ୍ୱତଥ ଗଛ ମାଡିଗଲାଣି | ଏଠାରେ ବ୍ଲକ କାର୍ଯ୍ୟାଳୟ ଅଛି ବୋଲି,ଲୋକଙ୍କୁ ବ୍ଲକ ନାମଫଳକ ମଧ୍ୟ ବାହାରୁ ଦୃଶ୍ୟମାନ ହେଉନାହିଁ | ଟିକେ ଅଦିନିଆ କାଳବୈଶାଖୀ ଯଦି ହୋଇଯାଏ ତାହେଲେ ଗଛ ଡାଳ ପଡି ତୋରଣ ଭାଂଗିବାର ସମ୍ଭାବନା ରହିଛି | ଲୋକଙ୍କ ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚାଉ ଥିବା ଏବଂ ଯିବା ଆସିବାରେ ପ୍ରତିବନ୍ଧକ ସାଜୁଥିବା ଏହି ଗ୍ରାଉଣ୍ଡ ପାଇପ ଲୁହା ପୋଲକୁ ତୁରନ୍ତ ନବୀକରଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି | ଏଠାରେ ସୂଚନାଯୋଗ୍ୟ ଯେ 25/12/2021ରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ କର କମଳରେ ଉକ୍ତ ସମ୍ମୁଖ ତୋରଣ ଉଦଘାଟନ ହୋଇଥିଲା | ଗେଟର ତଳଭାଗରେ ଟିକେ ବର୍ଷା ହୋଇଗଲେ ପାଣି ବହୁ ସମୟ ନିଷ୍କାସନ ନ ହୋଇପାରି ଜମି ରହୁଛି, ଫଳରେ ଲୋକମାନେ ବର୍ଷା ସମୟରେ ବ୍ଲକ ଭିତରକୁ ଯିବାକୁ ବହୁତ ଅସୁବିଧା ହେଉଛନ୍ତି | ଏହି ଅବ୍ୟବସ୍ତା ଉପରେ ଦୃଷ୍ଟି ଦେବାକୁ ଅରପୁରର ସାମାଜିକ କର୍ମି ସୁଜିତ କୁମାର ସ୍ବାଇଁ ନିଜ କାମରେ ଆସି ଗେଟ ପାଖରେ ଖଣ୍ଡିଆଖାବରା ହୋଇ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି | ଡମପଡା ବ୍ଲକ ଚେୟାରମ୍ୟାନ ତଥା ଦୁଲଣାପୁର ଗ୍ରାମ ପଂଚାୟତ ସମିତି ସଭ୍ୟ ପ୍ରଣବ କୁମାର ପଟେଲଙ୍କୁ ଏ ବିଷୟରେ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ଦେଉନାହାନ୍ତି କି ବହୁତ ସମୟ ଫୋନ ମଧ୍ୟ ରିସିଭ କରୁନାହାନ୍ତି | ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଂଶୁମାନ ଦାସଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଛନ୍ତି ଯେ, ମୋ ଦୃଷ୍ଟିକୁ ଏହା ଆସିଛି ତେଣୁ ଶିଘ୍ର ସହକାରୀ ଯନ୍ତ୍ରୀଙ୍କୁ କହି ଏହାର ମରାମତି କାମ କରାଯିବ |

Exit mobile version