ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମସ୍ୟା କୁ ଗୁରୁତ୍ଵ ଦେଉନାହିଁ ପୌର ପରିଷଦ , ସମସ୍ୟା ସମାଧାନ ହେବ କିପରି ??? ପାରଳା ପୌର ପରିଷଦ ଏକ ସର୍ବ ପୁରାତନ ପୌର ପରିଷଦ ଅଟେ । ଏଠାରେ ସମସ୍ୟା ଅନେକ , ସମାଧାନ କମ ! ଏଠାରେ ଟ୍ରାଫିକ ସମସ୍ୟା ସମାଧାନ ହୋଇ ପାରୁନାହିଁ । ଗାଈ ଗୋରୁ ବୁଲା ଷଣ୍ଢ ,ଘୁଷୁରୀ କୁକର ଉପଦ୍ରବ ଅଧିକ ! ଉଠା ଦୋକାନୀ ସମସ୍ୟା ନିୟନ୍ତ୍ରଣ ବାହାରେ , ସପିଙ୍ଗ ମଲ ଗୁଡ଼ିକରେ ପାର୍କିଂ ବ୍ୟବସ୍ଥା ନାହିଁ ! ମାଛ ମାଂସ ଦୋକାନ ସହରରେ ଛତୁ ଫୁଟିଲା ଭଳି ଖୋଲିଛି ! ସହରରେ ପଲିଥିନ ବହୁଳ ବ୍ୟବହାର ହେଉଛି , ହୋଟେଲ ଏବଂ ଜଳଖିଆ ଦୋକାନରେ ଖାଦ୍ୟ ର ମାନ ଯାଞ୍ଚ କରୁନାହିଁ ବିଭାଗ । ସହରରେ ହୋଡ଼ିଂ ବିଜ୍ଞାପନ ମାଳ ମାଳ , ହେଲେ ଟିକସ ଶୂନ ! ବିନା ଟେଣ୍ଡରରେ ଅସୁଲ ପ୍ରଶ୍ନବାଚି ସୃଷ୍ଟି କରିଛି ! ଏହି ଭଳି ସାଧାରଣ ସମସ୍ୟା ସମାଧାନ ହୋଇ ପାରୁନାହିଁ । ଉନ୍ନତି କାମ କହିଲେ ନସରେ , ଆଉ କିଛି ମାସ ପରେ ପୌର ନିର୍ବାଚନ ଆସିବ , ବିକାଶ ର ଗାଥା ଗାଇବେ – ପ୍ରଗତି ପଥେ ଆମ ପାରଳା ପୌର ପରିଷଦ କହିବେ ! ସତରେ ପାରଳା ବାସୀ ବିକାଶ ର ଚିତ୍ର ଦେଖି ପାରିଲେ କି !
ସମସ୍ୟା କୁ ଗୁରୁତ୍ଵ ଦେଉନାହିଁ ପୌର ପରିଷଦ : ସମସ୍ୟା ସମାଧାନ ହେବ କିପରି ???

