Site icon Awaj Media

ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡରେ ଶୌଚାଳୟ ଅଛି : ହେଲେ ତାହା କାମରେ ଲାଗୁନି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂତନ ବସଷ୍ଟାଣ୍ଡ ରେ ଶୌଚାଳୟ ଅଛି , କିନ୍ତୁ ତାହା କାମରେ ଲାଗୁନାହିଁ । ଯାହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟଟି ପ୍ରାୟତଃ ତାଲା ପଡି ରହୁଛି , ଯଦି ତାହା ଖରାପ ଅଛି ତାହାକୁ ମରାମତି ନକରି ତାଲା ପକାଇ ରଖିବା କେତେ ଠିକ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ! ଏଠାକୁ ଯାତ୍ରୀ ଦୂର ଦୂରାନ୍ତରୁ ଆସୁଛନ୍ତି , ବିଶେଷ କରି ସ୍ତ୍ରୀ ଲୋକେ ଶୌଚ ହେବା ପାଇଁ ଅସୁବିଧା ରେ ପଡୁଛନ୍ତି । ପୂର୍ବରୁ ଥିବା ଶୌଚାଳୟ ଅକାମୀ ହେବାରୁ ଆଉ ଗୋଟିଏ ନୂତନ ଶୌଚାଳୟ ତିଆରି କରାଗଲା ! ତେବେ ଖୋଲିବା ସମୟ ନେଇ ତାରତମ୍ୟ ରହୁଥିବାରୁ ଯାତ୍ରୀ ମାନେ ଅସୁବିଧା ରେ ପଡୁଛନ୍ତି ।

Exit mobile version