Site icon Awaj Media

ଗଜପତି ବାସିନ୍ଦା ଓଡ଼ିଶାର ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଭୁବନେଶ୍ୱର ସପ୍ତାଚାଯ୍ୟ ଉତ୍ସବ – 2026 ରେ ଜୀବନବ୍ୟାପୀ ସଙ୍ଗୀତ ସାଧନ ସମ୍ମାନରେ ସମ୍ମାନୀତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ବାସିନ୍ଦା ପ୍ରଶାନ୍ତ ପାଢ଼ୀଙ୍କୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ଠାରେ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ଓଡ଼ିଶାର ଅଗ୍ରଣୀ ଦେବଂଶୀ ଅନୁଷ୍ଠାନ ଓ ଓଡିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ସପ୍ତାଚାର୍ଯ୍ୟ ଉତ୍ସବ- 2026 ସମାବେଶରେ ସଙ୍ଗୀତଜ୍ଞ ପ୍ରଶାନ୍ତ ପାଢ଼ୀଙ୍କୁ ଜୀବନବ୍ୟାପୀ ସଙ୍ଗୀତ ସାଧନା ସମ୍ମାନରେ ମାନପତ୍ର ଓ ଉପଢୌକନ ଆଦିରେ ସମ୍ବର୍ଦ୍ଧନା ଦିଆଯାଇ ସମ୍ମାନୀତ କରାଯାଇଛି. ଶ୍ରୀ ପାଢ଼ୀ ଏକାଧାରରେ ଜଣେ ଉଚ୍ଚମାନର ଗୀତିକାର, ସଙ୍ଗୀତଜ୍ଞ ଓ ଜଣେ ଉଚ୍ଚକୋଟୀର ସଙ୍ଗୀତ ନିର୍ଦେଶକ ଭାବେ ସାରା ଓଡ଼ିଶାରେ ଖ୍ୟାତି ସମ୍ପନ୍ନ ଓ ଲୋକପ୍ରିୟ ଅଟନ୍ତି. ଶ୍ରୀ ପାଢ଼ୀ ବର୍ତ୍ତମାନର ଏହି ସମ୍ମାନ ପାଇବା ପରେ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.

Exit mobile version