କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ କାଯ୍ୟକ୍ରମ l ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ର ମିଟିଙ୍ଗ ହଲ ଠାରେ ମୂଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟ ପଶୁ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଯୋଗଦେଇ ପଶୁ ସମ୍ପଦ ବିଭାଗ ଓ ଶ୍ରମ ବିଭାଗର ସଚେତନl ରଥ କୁ ଉଦଘାଟନ କରିଥିଲେ ! ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ସାମିଲ କିଛି ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରିଥିଲେ ! ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଓ କାଯ୍ୟକାରିତା କୁ ଉପସ୍ଥାପନା କରିଥିଲେ l ଏହି କାଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ , କୋଟପାଡ଼ ବିଧାୟକ ରୁପୁ ଭଦ୍ରା , କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି , ଜନ ପ୍ରତିନିଧି ଉପସ୍ଥିତ ଥିଲେ l ପରେ ଆଭାସୀ ମାଧ୍ୟମରେ ମୂଖ୍ୟମନ୍ତ୍ରୀ ଙ୍କ ଏହି କାଯ୍ୟକ୍ରମ କୁ ସମସ୍ତେ ଉପଭୋଗ କରିଥିଲେ l ସୂଚନା ଯୋଗ୍ୟ ଜିଲ୍ଲା ରେ 341 ଟି କେନ୍ଦ୍ର ରେ ତିନି ଲକ୍ଷ ରୁ ଉର୍ଦ୍ଧ ହିତାଧିକାରୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ପାଞ୍ଚ କିଲୋ ପରିବର୍ତ୍ତେ ଦଶ କିଲୋ ଚାଉଳ ପାଇବେ ବୋଲି ଜଣାପଡିଛି l
କୋରାପୁଟ ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ !!!

