ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ଅଧୀନ ଗଇନଡା ସ୍ଥିତ ମାଁ ଦୁଆରଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାରସ୍ଵତ ଓ ସାହିତ୍ୟ ଅନୁଷ୍ଠାନ ” ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ”ର ୧୧ ତମ ସ୍ବନକ୍ଷତ୍ର ପୂର୍ତ୍ତି ଅବସରରେ ଆୟୋଜିତ ଆମ ଗାଁ ରେ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି । ନିଶିଗନ୍ଧା ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ରଜଦୋଳି ଲୋକାର୍ପଣ କରି ନିଜର ବକ୍ତବ୍ୟ ରଖିଵା ସହିତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ପରେ ଅଧ୍ୟାପକ ଶ୍ରୀ ପ୍ରମୋଦ କୁମାର ଶୁକ୍ଳା ଓ ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀଙ୍କ ଦ୍ବାରା ବେଦପାଠ ଓ ବାଲୁଗାଁ ସ୍ଥିତ ମା ଭଗବତୀ ନୃତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ବାରିକ ଓ ସାଥୀ ସ୍ବାଗତ ସ°ଗୀତ ପରିବେଷଣ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକା ସ°ହିତା ଜେନା, ଆମନ୍ତ୍ରିତ ଅତିଥି ଭାବେ ସ୍ତମ୍ଭକାର ପ୍ରଦୋଷ କୁମାର ଦାସ, ବିଶେଷ ଅତିଥି ଶ୍ରୀମତି ଦେବୀସ୍ମିତା ପଟ୍ଟନାୟକ ଗବେଷଣାବିତ (ଏମ୍ ସ) ଭୁବନେଶ୍ୱର,ବାଣପୁର ସାହିତ୍ୟ ସିନ୍ଦୁରା ପାଠାଗାର ର ଅଧ୍ୟକ୍ଷ ଗୋଲକ ବିହାରୀ ପରିଡ଼ା, କବି ରବୀନ୍ଦ୍ରନାଥ ମାନସିଂହ, ସମାଜସେବୀ ପ୍ରାକ୍ତନ ସେନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ଗ୍ରାମ ସଭାପତି ଦାମୋଦର ରାଉତ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନିଶିଗନ୍ଧାର ବାର୍ଷିକ ମୁଖପତ୍ର ଓ ଲେଖିକା ସ°ହିତା ଜେନାଙ୍କ ଲିଖିତ ଭାବେ ମନ୍ଦାକିନୀ ଓ କଵିତା°ଜଳି ପୁସ୍ତକୁ ଉନ୍ମୋଚନ କରାଯାଇଥିଲା। ଏଥି ସହିତ ଝାରସୁଗୁଡ଼ା ର ବରିଷ୍ଠ ସମାଜସେବୀ ଡାକ୍ତର ଗୋବର୍ଦ୍ଧନ ଲାଲ ତିଵ୍ରେଲାଲ ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।ରଜ ମହୋତ୍ସବ ର ପ୍ରଥମ ଦିବସର ୨ୟ ଅଧିବେଶନ ରେ ମେହେନ୍ଦି, ଲୁଡୁ , ନୃତ୍ୟ, ହରିବୋଲ, ହୁଳହୁଳି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଆମନ୍ତ୍ରିତ କଳାକାର ଟ୍ରୁଫଙ୍କ ଦ୍ଵାରା ଘୋଡ଼ା ନାଚ ଓ ରଣପା ପରିବେଷଣ ହୋଇଥିଲା। ଅଧ୍ୟାପକ ପ୍ରମୋଦ କୁମାର ଶୁକ୍ଳା ମଞ୍ଚ ପରିଚାଳନ କରିଥିଲେ। ନିଶିଗନ୍ଧା ର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ସ°ପାଦନାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।
“ନିଶିଗନ୍ଧା” ର ୧୧ ତମ ସ୍ଵନକ୍ଷତ୍ର ଓ ରଜ ଉତ୍ସବ ଉଦଘାଟିତ !!!

