Site icon Awaj Media

ପାରଳାଖେମୁଣ୍ଡି ଥାନା ପକ୍ଷରୁ ଚୋରା ମଦ ଉପରେ ଲଗାମ ପାଇଁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଥାନାର ଚୋରା ମଦ ଉପରେ ଲଗାମ ! ଥାନା ପକ୍ଷରୁ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପୋଲିସ ଟିମ୍ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଦେବିତି ଅଞ୍ଚଳରେ ଏକ ଅବକାରୀ ଅପରାଧ ଧରା ପଡ଼ିଥିଲା । ଅଭିଯୁକ୍ତ ନାକା ବାଳକୃଷ୍ଣ ନିଜ ଘର ପଛ ପାର୍ଶ୍ୱରେ ୪୦ ଲିଟର ଦେଶୀ ମଦ ରଖି ବିକ୍ରି କରୁଥିବା ଅବସ୍ଥାରେ ଧରା ପଡ଼ିଥିଲେ । ଅଭିଯୁକ୍ତଙ୍କ ନିକଟରୁ ୪୦ ଲିଟର ଅବୈଧ ଦେଶୀ ମଦ ଏବଂ ନଗଦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନାରେ ମାମଲା ରୁଜୁ ହୋଇଅଛି । ଅଭିଯୁକ୍ତ ନାକା ବାଳକୃଷ୍ଣ ପୂର୍ବରୁ ୫ ଟି ଅପରାଧିକ ମାମଲାରେ ସଂପୃକ୍ତ ଥିବାର ପୁଲିସ ରେକର୍ଡ ଅଛି ।

Exit mobile version