କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାବୀର କମ୍ବlଟୋ ଟାଇକୋଣ୍ଡ ଏକାଡେମୀ ର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ l ସ୍ଥାନୀୟ ଗାନ୍ଧୀନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ମହାବୀର କମ୍ବାଟୋ ଟାଇକୋଣ୍ଡ ଏକାଡେମୀ ଏକଚାଳିଶ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଛି l ଏଥିରେ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ପ୍ରେସ କ୍ଳବ ର ସଭାପତି ଭବାନୀ ଶଙ୍କର ମିଶ୍ର , ସଂଜିତ ବେହେରା , ଶ୍ରୀମତୀ ପ୍ରୀତି ରଥ ଓ ଅନ୍ୟତମ ଅତିଥି ଭାବେ ଓଡିଶା ଟାଇକୋଣ୍ଡ ର ରାଜ୍ୟ ସଭାପତି ଦିବ୍ୟରଞ୍ଜନ ବରାଳ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଏହି କାଯ୍ୟକ୍ରମ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ ! ଏକାଡେମୀ ର ଉଚ୍ଚ ପ୍ରଶଂସା କରିଥିଲେ ଓ ପରେ ଶିବିର ରେ ଯୋଗଦେଇ ଥିବା ଏକାଚାଳିଶ ଜଣ ପ୍ରଶିକ୍ଷଣ ନେଇଥିବା ବାଳକ ଓ ବାଳିକା ମାନଙ୍କୁ ମାନପତ୍ର ସହ ଲାଲ ହଳଦିଆ ବ୍ଲୁ ଧଳା ଭଳି ବିଭିନ୍ନ ରଙ୍ଗର ବେଲ୍ଟ ଓ ମାନପତ୍ର ପ୍ରଦାନ କରିଥିଲେ l ଏହି ଗ୍ରୀଷ୍ମ କାଳୀନ ଶିବିର ରେ କୋଚ ତଥା ଏକାଡେମୀ ର ସଂପାଦକ ରଂଜିତ କୁମାର ପାଣି ନାରାୟଣ ସେଠି , ଶରତ କୁମାର ଦଳେଇ ପିଲାଙ୍କୁ କୋଚିଙ୍ଗ ଦେବା ସହ ଆଜିର ସମସ୍ତ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ l ସୂଚନା ଯୋଗ୍ୟ ମହାବୀର କମ୍ବl ଟୋ ଟାଇକୋଣ୍ଡ ଏକାଡେମୀ ପିଲାଙ୍କୁ ଯେଉଁଭଳି ଭାବରେ ଆତ୍ମରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ ଦେଉଛି ତାହାକୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଉଛି l
ମହାବୀର କମ୍ବlଟୋ ଟାଇକୋଣ୍ଡ ଏକାଡେମୀ ର ଗ୍ରୀଷ୍ମ କାଳୀନ ଶିବିର ଉଦଯାପିତ !!!

