Site icon Awaj Media

ଗାଁ ମାଟିର ଅତୀତ ସ୍ମୃତିକୁ ରଜ ମହୋତ୍ସବ ଫେରେଇ ଆଣିଛି !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାବା ବାଲୁଙ୍କେଶ୍ୱର ରଜ ମହୋତ୍ସବ ଉଦଯାପିତ | ଦୁଲଣାପୁର ଗ୍ରାମ ପଂଚାୟତ ରେ , ଗାଁ ମାଟିର ଅତୀତ ସ୍ମୃତିକୁ ରଜ ମହୋତ୍ସବ ଫେରେଇ ଆଣିଛି | ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମରେ ତୃତୀୟ ବାର୍ଷିକ ବାବା ବାଲୁଙ୍କେଶ୍ୱର ରଜ ମହୋତ୍ସବ ମହା ସମାରୋହରେ ଆଜି ଉଦଯାପିତ ହୋଇ ଯାଇଅଛି | ଚାରିଦିନ ଧରି ଚାଲିଥିବା ରଜ ଉତ୍ସବରେ ଦୁଲଣାପୁର, ଅରପୁର ଏବଂ ବିଭିନ୍ନ ସାହିର ଝିଅ ବୋହୁ ରଜ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଅତିଥିଙ୍କ ଠାରୁ ପୁରସ୍କୃତ ହେବା ସହିତ ଷ୍ଟଲରେ ଲାଗିଥିବା ଦୋଳିର ମଜା ନେଇଥିଲେ | ଗ୍ରାମର ବୟୋଜଷ୍ଠ ନାଗରିକ ବାନାମ୍ବର ରଣା ପ୍ରଥମ ଦିନ ରଜ ଉତ୍ସବକୁ ଉଦଘାଟନ କରିଥିଲେ |ପହିଲି ରଜର ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରୀରୁ ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଥିଲା | ମଝିରେ କା ଳବୈଶାଖୀ ଏବଂ ବର୍ଷାରେ ରଜ ପର୍ବ ଉତ୍ସାହରେ ପ୍ରତିବନ୍ଧକ ସାଜିଥିଲେ ବି,ଉଦଯାପିତ ଉତ୍ସବ ଆନନ୍ଦ ଆଣି ଦେଇଥିଲା | ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ରଜ ଉତ୍ସବର ପୁରସ୍କାର ସଭାରେ ଅବସର ପ୍ରାପ୍ତ ସେନା ଅଧିକାରୀ ଶିବ ପ୍ରସାଦ ଜେନା, ବିଦ୍ୟାଧର ସାହୁ ଏବଂ ଅଚ୍ୟୁତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ସମ୍ପାଦକ ସର୍ବେଶ୍ୱର ସାହୁ ବାର୍ଷିକ ବିବରଣୀ ଏବଂ ଅତିଥି ପରିଚୟ ଦେବା ସହିତ ଦୀପକ ରଣା ଧନ୍ୟବାଦ ଅର୍ପଣ କରିଥିଲେ | ରଜ ମହୋତ୍ସବକୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରିବାରେ ଅଭିମନ୍ୟୁ ନାୟକ, ଅମିତ ରଣା, ଆଶୁତୋଷ ରାଉତ, ପରମାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ | ଶେଷ ସନ୍ଧ୍ୟାରେ ଖୋର୍ଦ୍ଧା ଡ୍ୟାନ୍ସ ଏକାଡେମୀ ତରଫରୁ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Exit mobile version