Site icon Awaj Media

ବ୍ଲକ୍ ସ୍ତରୀୟ “ସ୍ୱାବଲମ୍ବୀ ଯୁବ – ସମୃଦ୍ଧ ଓଡ଼ିଶା” ସମାବେଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲାର ଗଣିଆ, ଭାପୁର ଏବଂ ରଣପୁର ବ୍ଲକ୍‌ରେ ନୟାଗଡ଼ ଜିଲ୍ଲା ପ୍ରଶାସନ, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ନୟାଗଡ଼ର ମିଳିତ ସହଯୋଗରେ “ସ୍ୱାବଲମ୍ବୀ ଯୁବ – ସମୃଦ୍ଧ ଓଡ଼ିଶା” ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଯୁବପିଢ଼ୀଙ୍କୁ ସ୍ୱନିଯୁକ୍ତି, ଦକ୍ଷତା ବିକାଶ, ଉଦ୍ୟୋଗ ସ୍ଥାପନ ଏବଂ ବିଭିନ୍ନ ସରକାରୀ ରୋଜଗାରମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା । ଯୁବ ମାନଙ୍କୁ ଆତ୍ମନିର୍ଭରଶୀଳ ହୋଇ ରାଜ୍ୟର ସମୃଦ୍ଧିରେ ସହଭାଗୀ ହେବା ପାଇଁ ଆହ୍ୱାନ କରାଯାଇଥିଲା । ସମାବେଶରେ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ଯୁବକ ଓ ଯୁବତୀ ଉପସ୍ଥିତ ଥିଲେ ।

Exit mobile version