ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା , ଏପରି ଅଭାବନୀୟ ଘଟଣା ଆସିଛି ସାମନାକୁ ! ଚାରା ରୋପଣ ପାଇଁ ଜଙ୍ଗଲ ସଫେଇକୁ ନେଇ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ମହେନ୍ଦ୍ର ବନାଞ୍ଚଳ ବିଭାଗ । ଜଙ୍ଗଲରେ ବଡ ବଡ ଗଛ କଟାଯିବାକୁ ନେଇ ଗଜପତି ଜିଲ୍ଲା ବନ ବିଭାଗ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ମହେନ୍ଦ୍ର ବନାଞ୍ଚଳ କିଚିଲିଙ୍ଗ ଜଙ୍ଗଲରେ ଚାରା ରୋପଣ ସକାଶେ ଜଙ୍ଗଲ ସଫେଇ କୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ପରେ ଜିଲ୍ଲାରେ ଜୋର ଧରିଛି ଆଲୋଚନା ! ଏହାର ସତ୍ୟତା କଣ ରହିଛି ଅନୁସଂଧାନ କରିବା ଉଚିତ ବୋଲି ପ୍ରକାଶ କରିଛନ୍ତି ପରିବେଶ ପ୍ରେମୀ । ଜଙ୍ଗଲ ସଫେଇ ନାଁ ରେ ଗଛ କାଟିବା ଏବଂ ଜଙ୍ଗଲରେ ନିଆଁ ଲଗାଇବା ପରି ଯେଉଁ ଅଭିଯୋଗ ଆସିଛି , ତାର ସତ୍ୟତା କଣ ରହିଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ପରିବେଶବିତ ଓ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି ।
ଗଛ ଲଗାଇବା ପାଇଁ ଜଙ୍ଗଲ ହେଉଛି ସଫା !!!

