Site icon Awaj Media

ବିନୋରୀ ଭବନ ପରିସରରେ ସ୍ଵଛ ଭାରତ କାର୍ଯ୍ୟକ୍ରମ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ | ବାଙ୍କୀର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଆମ ପରିବାର ଚକ୍ର ତରଫରୁ ଶିମିଳିପୁର ସ୍ଥିତ ବିନୋରୀ ଭବନ ପରିସରରେ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ସମସ୍ତ ଚକ୍ର ସେବକ ଏବଂ ସେବିକା ମାନେ ଉପସ୍ଥିତ ରହି ସ୍ୱଚ୍ଛତା ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଯୁବ ସଂଗଠକ ବିଶ୍ୱ ରଂଜନ ସ୍ବାଇଁ, ସମାଜସେବୀ ଅକ୍ଷୟ କୁମାର ସାମଲ, ଯୁବକବି ପ୍ରଦୀପ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ ସ୍ବେଛାସେବୀଙ୍କୁ ଉତ୍ସାହିତ କରିବା ସହିତ ଉତ୍ତରୀୟ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ | ସକ୍ରିୟ ସଭ୍ୟ ଲଲାଟେନ୍ଦୁ ପଣ୍ଡା ସଭା ପରିଚାଳନା କରିବା ସହିତ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ପ୍ରତି ସପ୍ତାହର ଗୋଟିଏ ଛୁଟି ଦିନରେ ନିୟମିତ ବାଙ୍କୀର ଐତିହ୍ୟ ସ୍ଥାନ ମାନଙ୍କରେ ଏହିପରି ସ୍ୱଛତା କାର୍ଯ୍ୟକ୍ରମ କରାଯିବ ବୋଲି ଆଦର୍ଶ ଯୁବ ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସୂଚନା ଦେଇଛନ୍ତି |

Exit mobile version