Site icon Awaj Media

ଦୁଲଣାପୁରରେ ନାଟକ “ହା କୃଷ୍ଣ ବୋଲି ଯାଉ ଜୀବ” ମଞ୍ଚସ୍ଥ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦୁଲଣାପୁରରେ ନାଟକ “ହା କୃଷ୍ଣ ବୋଲି ଯାଉ ଜୀବ” ମଞ୍ଚସ୍ଥ | ଗ୍ରାମାଞ୍ଚଳର ଡ୍ରାମା ହିଁ ବହୁ କଳାକାର ଓଡିଶା ଯାତ୍ରା ଜଗତକୁ ଦେଇଅଛି | ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ଡମପଡା ବ୍ଲକର ଦୁଲଣାପୁର ଗ୍ରାମର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ନାଟ୍ୟ ସଂସଦ ଆନୁକୂଲ୍ୟରେ ପାଲା ମଣ୍ଡପରେ ” ହା କୃଷ୍ଣ ବୋଲି ଯାଉ ଜୀବ” ନାଟକ ମଞ୍ଚସ୍ଥ ହୋଇ ଯାଇଅଛି | ଯାତ୍ରାଜଗତର ସଫଳ ଯୁବ ନିର୍ଦ୍ଦେଶକ ସରୋଜ କୁମାର ଏହି ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ | ଗ୍ରାମାଞ୍ଚଳରେ ଭାଇ ଭଉଣୀର ନିଚ୍ଛକ ଭଲ ପାଇବାର ସମ୍ପର୍କ ଏବଂ ଛୋଟ ବଡ଼ ଜାତିର ଘୃଣ୍ୟ ମାନସିକତା କିପରି ସୁସ୍ଥ ସମାଜ ଗଠନରେ ପ୍ରତିବନ୍ଧକ ସାଜୁଛି, ତାହାକୁ ଦୁଲଣାପୁର ଗ୍ରାମର ଯୁବ କଳାକାର ମାନେ ଅଭିନୟରେ ନିଖୁଣ ଭାବେ ଦର୍ଶାଇଥିଲେ | ସମୀର ପୂଜା ଗୀତିକାର ଯୋଡିଙ୍କ ସଂଗୀତ ପରିବେଷଣା ନାଟକଟିକୁ ଅଧିକ ମନଛୁଆଁ କରିଥିଲ | ଦୁଲଣାପୁର, ଅରପୁର ଏବଂ ତାଳବସ୍ତର ହଜର ହଜାର ଯାତ୍ରାପ୍ରେମୀ ସକାଳ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ | ନାଟ୍ୟ ସଂସଦର ସଭାପତି କିସାନ ମହାପାତ୍ର ଏବଂ ମୁଖ୍ୟ ପରିଚାଳକ ବ୍ରଜବନ୍ଧୁ ନାୟକ (ଟୁଟୁ )ଙ୍କ ପ୍ରତକ୍ଷ୍ୟ ତତ୍ଵାବଧାନରେ ଶାନ୍ତି ଶୃଙ୍ଖଳା ସହ ନାଟକ ପରିବେଷଣ ହୋଇଥିଲା | ବିଚିତ୍ରା ନନ୍ଦ ମହାପାତ୍ର, ସର୍ବେଶ୍ୱର ଦାସ,ପିକୁନା ଚୌଧୁରୀ ମିଲୂ ରଣା, କାଳନ୍ଦୀ ରଣା ପ୍ରମୁଖ ନାଟକରେ ଅଭିନୟ କରିଥିଲେ |

 

Exit mobile version