Site icon Awaj Media

ବର୍ଦ୍ଧିତ ଭତ୍ତା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କଲେ ଦିବ୍ୟାଙ୍ଗ କୁରୁମା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରଙ୍କ ୮୦ ପ୍ରତିଶତ ଭିନ୍ନ‌କ୍ଷମ ଭତ୍ତା ଘୋଷଣା, ଘୋଷଣାରେ ସୀମିତ ରହିଛି। ପ୍ରକୃତ ହିତାକାରୀଙ୍କୁ ବର୍ଦ୍ଧିତ ଭିନ୍ନକ୍ଷମ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଶରୀରର ଶତକଡା ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲେ ୩୫୦୦ ଟଙ୍କା ପ୍ରଦାନ କରାଯାଉଥିଲା । ନିର୍ବାଚନ ପରେ ସରକାର କ୍ଷମତାରେ ରହି ଦୁଇ ବର୍ଷ ପୁରଣ ହୋଇଯାଇଛି! ଆଉ ଶାସନର ଏହି ଦୁଇ ବର୍ଷ ପୂର୍ତ୍ତି ଅବସଳରେ ରାଜ୍ୟ ବ୍ୟାପୀ ଉତ୍ସବ ପାଳନ କରାଯାଉଛି I ହେଲେ ଆଜି ଏପରି ଜଣେ ବିଦ୍ୟାଙ୍ଗ ଗଜପତିଜିଲ୍ଲା ଗୋଶାଣୀ ବ୍ଳକ ସଦର ମହକୁମା ଠାରେ ହୋଇ ଥିବା ପ୍ରଶାସନର ଗ୍ରାମମୁଖୀ ଅଭିଯୋଗ ଶୁଣାଣିକୁ ନିଜ ପିତାଙ୍କ ସହ ଆସିଥିଲେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟନଗର ଉପର ମହଲାରେ ଥିବା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହେଉଥିଲା I ତେବେ କୁରୁମା ମେଢ଼ ପାହାଚ ଚଢିପାରୁ ନଥିବାରୁ ଅଭିଯୋଗ ପ୍ରକଷ୍ଠକୁ ନ ଯାଇ ବ୍ଳକ କାର୍ଯ୍ୟାଳୟ ପରିସରରେ ବସି କରିଥିଲେ । ତାଙ୍କ ପିତା ଅଭିମନ୍ୟୁ ବିଶ୍ବାଳ ପୁଅର ଗୁହାରି କରିବାକୁ ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ । ହେଲେ ଜିଲ୍ଲାପାଳ ଅକ୍ଷୟ ସୁନୀଳ ଅଗ୍ରୱାଲଙ୍କୁ ଗୁହାରି କଳା ବେଳେ ଭୋ ଭୋ ହୋଇ କାନ୍ଦି ପକାଇ ଥିଲେ।ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସମେତ ଉପସ୍ଥିତ ଅଧିକାରୀମାନେ ଅଭିମନ୍ୟୁ କୁ ସ୍ୱାନ୍ତାନ ଦେଇଥିଲେ।ଆଉ ଜିଲ୍ଲାପାଳ ଏ ନେଇ ବ୍ୟବସ୍ଥା କରା‌ଯିବ ବୋଲି ବ‌ହି ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ପତ୍ର ପଠାଇବା ସହ ଏହାର ସମାଧାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ଅନୁଯାୟୀ ଅଭିମନ୍ୟୁ ବିଶ୍ବାଳ ଅଗରଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାପୁଜି ପେଣ୍ଠ ଗ୍ରାମରେ ବସବାସ କରନ୍ତି । ତାଙ୍କ ପୁଅ କୁରୁମା ବିଶ୍ୱାଳ (୩୨) ବାଳୁତ କାଳରୁ ହିଁ ଅକ୍ଷମ ରହିଛନ୍ତି । ଏନେଇ ସେ ପୂର୍ବ ସରକାରଙ୍କ ସମୟରେ ଆବେଦନ କରିଥିଲେ । ସେତେବେଳେ ୧୨୦୦ ଟଙ୍କା ଲେଖାଏଁ ଭିନ୍ନକ୍ଷମ ଭତ୍ତା ପଇଥିଲେ । ଏବେ ମଧ୍ୟ ସେହି ସମାନ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି।ହେଲେ ବର୍ତ୍ତମାନ ସରକାର ୮୦ ପ୍ରତିଶତ ଭିନ୍ନକ୍ଷମଙ୍କୁ ୩୫୦୦ ଟଙ୍କା ଲେଖାଏଁ ଦେବାପାଇଁ ଘୋଷଣା କରିଥିଲେ । ଆଉ ଜାଗୁ ବି କଲେ। ସରକାରଙ୍କ ନିୟମ ମୁତାବକ କୁରୁମା ବିଶ୍ବାଳଙ୍କ ୮୦ ପ୍ରତିଶତ ସ୍ଥାୟୀ ଅକ୍ଷମତା ପ୍ରମାଣପତ୍ର ରହିଛି ଏବଂ ହେଲେ ସରକାର ଙ୍କ ନିୟମ ମୁତାବକ ଭିନ୍ନକ୍ଷମ ଭତ୍ତା 3500 ପାଇନାହାନ୍ତି। ଏ ନେଇ କୁରୁମାଙ୍କ ପିତା ଅଭିମନ୍ୟୁ କହିଛନ୍ତି ଯେ ଆମେ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟେ। ଭିନ୍ନକ୍ଷମ ଭେଣ୍ଡା ପୁଅର ସେବା କରିବା ପାଇଁ ଜଣେ ନିଯୋଜିତ ରହୁଥ‌ିବା ଯୋଗୁଁ କୌଣସି କାମ ମଧ୍ୟ କରିପାରୁନାହୁଁ ଯଦି ସରକାରଙ୍କ ଘୋଷଣା ଅନୁଯାୟୀ ୩୫୦୦ ବର୍ଦ୍ଧିତ ଭତ୍ତା ମିଳିଲେ କିଛିଟା ଉପକୃତ ହୋଇପାରିବୁ ବୋଲି ଜଣାଇଛନ୍ତି। ତେବେ ବର୍ଦ୍ଧିତ ଭିନ୍ନ‌କ୍ଷମ ଭତ୍ତା ପାଇଁ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୁଅ କୁରୁମାଙ୍କୁ ଧରି ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ ବର୍ଦ୍ଧିତ ଭତ୍ତା ମିଳୁନହିଁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Exit mobile version