Site icon Awaj Media

କୋରାପୁଟ ରେ ବି ଏଲ ଓ ଏବଂ ବି ଏଲଏ ଙ୍କ ବୈଠକ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ବି ଏଲ ଓ ଏବଂ ବି ଏଲଏ ଙ୍କ ବୈଠକ ଅନୁଷ୍ଠିତ l ଆଜି ସ୍ଥାନୀୟ ପି ଏଚ ଡି ବିଦ୍ୟାଳୟ ଠାରେ ବୁଥ ନମ୍ବର 148 ତଥା ୱlର୍ଡ ନମ୍ବର 8 ର ବିଏଲଓ ଏବଂ ବିଏଲଏ ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା l ଏସ ଆଇ ଆର ବୁଥ ରେ ଵର୍ତମାନ ସୁଦ୍ଧା ବିଏଲଓ କେମିତି ସମସ୍ତ ଡାଟା ବାହାର କରିଛନ୍ତି ଓ ବୁଥରେ କେତେ ଭୋଟର ଅଛନ୍ତି ଓ କେତେଜଣ ଫର୍ମ ପୂରଣ କରିଛନ୍ତି ସେନେଇ ଆଲୋଚନା ହୋଇଥିଲା l ପୁରା ଭୋଟର ଲିଷ୍ଟ କେବେ ପ୍ରକାଶ ପାଇବ , ନୂତନ ଭୋଟର କେବେ ସଂଶ୍ଲିଷ୍ଟ ହେବେ ସେ ସମସ୍ତ ବିଷୟ ଉପରେ ଆଲୋଚନା ହେବା ସହ ଏହି କାର୍ଯ୍ୟରେ ବିଏଲଏ ଙ୍କ ଭୂମିକାକୁ ଉପସ୍ଥିତ ଅଧିକାରୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ l ଏହି ବୈଠକରେ ସୁପରଭାଇଜର କୁମୁଦ ରଞ୍ଜନ ସେଠି ଓ ଉକ୍ତ ବୁଥ ର ବି ଏଲ ଓ ଏ.ଗୁରୁଳିଙ୍ଗା ଏବଂ ସମସ୍ତ ବି ଏଲ ଏ ମାନେ ଉପସ୍ଥିତ ଥିଲେ l ସୂଚନା ଯୋଗ୍ୟ , 148 ନମ୍ବର ବୁଥ ରେ 730 ଜଣ ଭୋଟର ରହିଛନ୍ତି l ଆସନ୍ତା ସେପ୍ଟେମ୍ବର ମାସରେ ଚୂଡାନ୍ତ ଭୋଟର ତାଲିକା ସମଗ୍ର ରାଜ୍ୟ ରେ ପ୍ରକାଶ ପାଇବ l

Exit mobile version