Site icon Awaj Media

ପରଲୋକ ରେ କୋରାପୁଟ ସୂଚନା ଓ ଲୋକ ସଂପର୍କ ଅଧିକାରୀ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରଲୋକ ରେ କୋରାପୁଟ ସୂଚନା ଓ ଲୋକ ସଂପର୍କ ଅଧିକାରୀ l ଆଜି କୋରାପୁଟ ବାସୀ ତଥା ଗଣମାଧ୍ୟ୍ୟମ ପ୍ରତିନିଧି ଙ୍କ ପାଇଁ ଏକ ଦୁଖଃଦ ଦିନ ଥିଲା l ଆଜି ସକାଳେ କୋରାପୁଟ ର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସ୍ୱରାଜ କୁମାର ସୀସା ଙ୍କର କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ପରଲୋକ ହୋଇଯାଇଛି l ସେ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିବାବେଳେ ତାଙ୍କର ମୃତ୍ୟୁ ରେ ଏଠାରେ ଶୋକର ଛାୟା ଖେଳି ଯାଇଛି l ସେ ଜଣେ କର୍ମନିଷ୍ଠ ଧର୍ମପରାୟଣ ବ୍ୟକ୍ତି ସହିତ କୋରାପୁଟ ଜିଲ୍ଲା ରେ 2022ମସିହା ରୁ କାର୍ଯ୍ୟରେ ଯୋଗ ଦେଇଥିଲେ ! ଦକ୍ଷତାର ସହ ଜୀବନ ର ଶେଷ ନିଶ୍ୱାସ ଯାଏଁ ନିଜର କାର୍ଯ୍ୟ ସଂପାଦିତ କରିଥିଲେ l ତାଙ୍କର ମୃତ୍ୟୁ ରେ ପତ୍ନୀ , ପରିବାର ବର୍ଗ , ବିଭାଗୀୟ କର୍ମଚାରୀ , ବନ୍ଧୁ ଆତ୍ମୀୟ ପରିଜନ ସାଙ୍ଗ ସାଥି ସମସ୍ତେ ଦୁଃଖ ରେ ଭାଙ୍ଗି ପଡିଛନ୍ତି l

Exit mobile version