ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅଧିନସ୍ଥ କ୍ରୀଦାସପୁର ଅଙ୍ଗନବାଡ଼ି କେନ୍ଦ୍ରକୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ ଏବଂ ସୌମ୍ୟ ରଞ୍ଜନ ଦାଶ ଅଚାନକ ପରିଦର୍ଶନ କରିଥିଲେ ।
ପରିଦର୍ଶନ ସମୟରେ ଜିଲ୍ଲାପାଳ ପିଲାମାନଙ୍କ ସହ ସମୟ ଅତିବାହିତ କରି ସେମାନଙ୍କ ସହ ଆଲୋଚନା କରିଥିଲେ । ସେ ପିଲାମାନଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଏବଂ ଶିକ୍ଷାଗତ କାର୍ଯ୍ୟକଳାପର ସମୀକ୍ଷା କରିବା ସହିତ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ପାଇଁ କିପରି ଅଧିକ ଉନ୍ନତି ଆଣିହେବ ସେନେଇ ଆଲୋଚନା କରିଥିଲେ ।

