Site icon Awaj Media

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କେରାଣ୍ଡି ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ କେରାଣ୍ଡି ପଞ୍ଚାୟତରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ! ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତରେ ଗତ ୩ ଦିନ ଧରି ଚାଲିଥିବା ଜନ କଲ୍ୟାଣ ଶିବିର ସମାପ୍ତ ହୋଇଯାଇଛି । ଓଡ଼ିଶା ସରକାର ଙ୍କ ୨ ବର୍ଷ ପୂର୍ତ୍ତି ଅବସର ରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ଜନ କଲ୍ୟାଣ ଶିବିର ଆୟୋଜନ କରାଯାଉଛି । କେରାଣ୍ଡି ପଞ୍ଚାୟତ ରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ବିଷୟ ରେ ଆଲୋଚନା କରାଯାଇ ନୂତନ ରାସନ କାର୍ଡ ହିତାଧିକାରୀ ଙ୍କୁ ପ୍ରଦାନ କରା ଯାଇଥିଲା । ୨ୟ ଦିବସ ରେ କେରାଣ୍ଡି ପଞ୍ଚାୟତର ଆରୋଗ୍ୟ ମନ୍ଦିର ର କର୍ମଚାରୀଙ୍କ ଦ୍ଵାରା ଆୟୁଷ୍ମାନ ବାୟୋବନ୍ଦନା କାର୍ଡ ତଥା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପରି ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା । ମଧୁବାବୁ ପେନସନ ଯୋଜନା ଅଧୀନରେ ରେ ନୂତନ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସରପଞ୍ଚ ଶ୍ରୀ ୟେରୁସୁ ଦଣ୍ଡପାଣି ଙ୍କ ଦ୍ଵାରା ଭତ୍ତା ପ୍ରଦାନ କରାଯାଇଥିଲା । ୩ୟ ଦିବସ ରେ ୨୦୦ ଜନ ଏସଏଚଜି ମହିଳା, ଅଙ୍ଗନୱାଡି କର୍ମୀ ମାନଙ୍କୁ ନେଇ ସୁଭଦ୍ରା ଶକ୍ତି ସମାବେଶ କରାଯାଇଥିଲା । ଏହି ଦିବସ ର ମୁଖ୍ୟ ଅତିଥି ଗୋଷାଣୀ ବ୍ଲକ ର ସିଡ଼ିପିଓ ଶ୍ରୀମତୀ ନମିତା ମହାରଣା ଙ୍କ ଦ୍ଵାରା ଅଙ୍ଗନୱାଡି କର୍ମୀ ମାନଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଇଥିଲା । ମହିଳା ଏବଂ ଶିଶୁ କନ୍ୟା, କିଶୋରୀ ବାଳିକା ଙ୍କ ପାଇଁ ଥିବା ଯୋଜନା ରେ ଉପକୃତ ହୋଇଥିବା ବ୍ୟକ୍ତି ମାନେ ନିଜର ଅନୁଭୂତି ଜଣାଇଥିଲେ । ଅଙ୍ଗନୱାଡି କର୍ମୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ପୋଷଣ ଖାଦ୍ୟ ଗୁଡ଼ିକ ର ପ୍ରଦର୍ଶନୀ ହୋଇଥିଲା । ଏହି ପରି ଭାବେ ୩ ଦିନ ଧରି ଚାଲିଥିବା ବିକାଶ ର ଧର ଓଡ଼ିଶା ସାରା ର ଜନ କଲ୍ୟାଣ ଶିବିର ସମାପ୍ତ ହୋଇଅଛି ।

Exit mobile version