Site icon Awaj Media

କୋରାପୁଟ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କୋରାପୁଟ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ସ୍ଥାନୀୟ ସଦଭାବନା ଗୃହ ଠାରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଅଧକ୍ଷତା କରିଥିବା ବେଳେ କୋରାପୁଟ ବିଧାୟକ ଙ୍କ ପ୍ରତିନିଧି ରାମ ମାଝୀ , ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି , ମନ୍ଦିର ପରିଚାଳନା କମିଟି ନିମନ୍ତ୍ରିତ ଅତିଥି , ଗଣମାଧ୍ୟ୍ୟମ ପ୍ରତିନିଧି , ବୁଦ୍ଧିଜୀବୀ ସମସ୍ତ ବିଭାଗ ର ଉପରିସ୍ଥ ଅଧିକାରୀ ସାମିଲ ହୋଇଥିଲେ l ପାନୀୟ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ପହଣ୍ଡି ବିଜେ , ରଥ ଟଣା ଏପରିକି ବାହୁଡା଼ ର ଶେଷ ଯାଏଁ ସମସ୍ତ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ! ଦୁଇ ବର୍ଷ ହେଲା ମହିଳା ମାନେ ସୁଭଦ୍ରା ଙ୍କୁ ପହଣ୍ଡି କରୁଥିଲେ ଯାହାକୁ ଚଳିତ ବର୍ଷ କେବଳ ସେମାନେ ରଥ ଟଣା ହିଁ କରିବେ ବୋଲି ବୈଠକରେ ନିଷ୍ପତି ହୋଇଥିଲା ! କେବଳ ସେତିକି ନୁହଁ ରଥ ଉପରେ କେବଳ ଅନୁମତି ପତ୍ର ଥିବା ବ୍ୟକ୍ତି ବିଶେଷାଙ୍କ ହିଁ ଚଢ଼ି ପାରିବେ ବୋଲି ନିଷ୍ପତି ହୋଇଛି l ସୂଚନା ଯୋଗ୍ୟ କୋରାପୁଟ ରେ ରଥ ଯାତ୍ରା ରେ ତିନୋଟି ରଥ ହିଁ ସହର ପରିକ୍ରମା କରୁଥିବା ବେଳେ ଆଦିବାସୀ ପରମ୍ଫରା ଅନୁସାରେ ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥାଏ l

Exit mobile version