Site icon Awaj Media

ଶିଖରପୁର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ନୟାଗଡ ଜିଲ୍ଲାପାଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଖଣ୍ଡପଡା ବ୍ଲକର ଶିଖରପୁର ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟକୁ ଜିଲ୍ଲାପାଳ ନୟାଗଡ଼ ପରିଦର୍ଶନ କରିଛନ୍ତି ! ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲା ସଂଯୋଜକ ପୋଷଣଙ୍କ ଉପସ୍ଥିତ ରହିଥିଲେ । ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମାଆ ମାନେ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଆଲୋଚନା କରି ପୋଷଣ, ସ୍ୱାସ୍ଥ୍ୟ ସେବା, ପ୍ରାରମ୍ଭିକ ଶିଶୁ ଶିକ୍ଷା ଏବଂ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ସୁନିଶ୍ଚିତ କରିବା । ଜିଲ୍ଲାପାଳ ପ୍ରି-ସ୍କୁଲ କାର୍ଯ୍ୟକଳାପ ପାଇଁ ଆବଶ୍ୟକ ଶିକ୍ଷା ସାମଗ୍ରୀ ଓ ଅନ୍ୟାନ୍ୟ ସମ୍ପଦର ଉପଲବ୍ଧତା ଯାଞ୍ଚ କରିଥିଲେ । ଏହା ସହିତ କେନ୍ଦ୍ରରେ ପରିଷ୍କାର-ପରିଚ୍ଛନ୍ନତା ଓ ସ୍ୱଚ୍ଛତା ବ୍ୟବସ୍ଥାର ମୂଲ୍ୟାଙ୍କନ କରାଯାଇଥିଲା। କଳା ଓ ହସ୍ତଶିଳ୍ପ, ପ୍ରି-ସ୍କୁଲ ଶିକ୍ଷା କାର୍ଯ୍ୟକଳାପ ଏବଂ ଗରମ ରନ୍ଧା ଖାଦ୍ୟ କାର୍ଯ୍ୟକ୍ରମର ଅବଲୋକନ କରାଯାଇଥିଲା । ପରେ ଜିଲ୍ଲାପାଳ ପୋଷଣ ପୁନର୍ବାସ କେନ୍ଦ୍ର,ଖଣ୍ଡପଡା ପରିଦର୍ଶନ କରି ସେଠାରେ ଶିଶୁମାନଙ୍କର ଅଂଶଗ୍ରହଣ, ଉତ୍ସାହ ଏବଂ ସେମାନଙ୍କୁ ପ୍ରଦାନ କରାଯାଉଥିବା ସେବାର ଗୁଣବତ୍ତା ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଯଥାଯଥ ସେବା ପ୍ରଦାନ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

Exit mobile version