Site icon Awaj Media

ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କଲେ ଡିଭିଜନାଲ୍ ରେଳ ପ୍ରବନ୍ଧକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ ରେଳ ଡିଭିଜନର ଡିଭିଜନାଲ୍ ରେଳ ପ୍ରବନ୍ଧକ (DRM) ଅମିତାଭ ସିଂଘଲ ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ । ଗସ୍ତ ସମୟରେ ସେ ଷ୍ଟେସନ ପରିସର ବୁଲି ଦେଖିବା ସହ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । DRMଙ୍କ ସୂଚନା ଅନୁଯାୟୀ, ଷ୍ଟେସନରେ ଚାଲିଥିବା ଅଧିକାଂଶ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଅତିଶୀଘ୍ର ପାରଳାଖେମୁଣ୍ଡି ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ଉଦ୍ଘାଟନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହାସହ ଗୁଣୁପୁରକୁ ସଂଯୋଗ କରୁଥିବା ଟ୍ରେନଗୁଡ଼ିକ ପ୍ରତିଦିନ ବିଳମ୍ବରେ ଚଳାଚଳ କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ସେ ଅବଗତ ଥିବା କହିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରେଳ ବିଭାଗ ପଦକ୍ଷେପ ନେଉଛି ଏବଂ ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ବୋଲି DRM ଆଶ୍ୱାସନ ଦେଇଛନ୍ତି । ପାରଳାଖେମୁଣ୍ଡି ରେଳ ଷ୍ଟେସନର ଆଧୁନିକୀକରଣ ଓ ଟ୍ରେନ ଚଳାଚଳରେ ସୁଧାର ଆସିଲେ, ଗଜପତି ଜିଲ୍ଲାର ଯାତ୍ରୀମାନେ ଅଧିକ ସୁବିଧା ପାଇବେ ବୋଲି ଆଶା କରାଯାଉଛି ।

Exit mobile version