Site icon Awaj Media

ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀ ରଙ୍କନାଥ ଦେବ : ବେଶ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲୀଳାକ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ସ୍ନାନଯାତ୍ରା ମହାସମାରୋହରେ ସଂପର୍ଣ୍ଣ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଗ୍ରେପୂଜୀତ ଗଜାନନ ବେଶ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ । ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ଆଦ୍ୟଲୀଳା ସ୍ନାନଯାତ୍ରା ସ୍ନାନବେଦୀରେ ଆପାଦମସ୍ତକ ମହାସ୍ନାନ ସମଗ୍ର ବିଶ୍ୱ ଆଜିଦର୍ଶନ କରିଥିବାବେଳେ, ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବଙ୍କ ସ୍ନାନଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ପୂର୍ଣ୍ଣିମା ପୂର୍ବ ରାତିରେ ବିଳମ୍ବିତ ପ୍ରହରରେ ସେବାୟତ ମାନେ ସେନାପଟା ରୁନ୍ଧି ସିଂହାସନ ଓଲାଗି କରାଇବାପରେ ବଡ଼ସିଂହାର ହୋଇ ପହଡ଼ ପଡ଼ିଥିଲା । ପୂର୍ଣ୍ଣିମାର ପ୍ରତ୍ୟୁଷରୁ ଦ୍ୱାରଫିଟା, ମଙ୍ଗଳ ଆଳତି ବଢ଼ି ଡୋରିବନ୍ଧା ଟାହିଆ ଲାଗିପରେ ବନ୍ଦାପନା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା ।ଘଣ୍ଟା ଘଣ୍ଟ କାହାଳୀ ମୃଦଙ୍ଗ ବାଦ୍ୟର ତାଳେ ତାଳେ ଛତ୍ରତରାଶ ସହିତ ହୁଳହୁଳି ଜୟ ଜଗନ୍ନାଥ ଧ୍ୱନୀରେଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତ ମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରାଇଥିଲେ । ମଣ୍ଡପରେ ସ୍ନାନ ବେଶରେ ଅବକାଶ ,ତଡ଼ପଲାଗି, ହୋଇ ୧୦୮ କଳସ ସୁବାଷିତ ଅଭିଶିକ୍ତ ତୀର୍ଥଜଳରେ ଚାରି ଠାକରଙ୍କୁ ସ୍ନାନ କରାଇବାପରେ ପତନି ରେ ଗଜାନନବେଶକରି ମଧ୍ୟାହ୍ନ ଧୂପ ବଢ଼ାଇ ଆଳତୀ ବନ୍ଦାପନା କରାଯାଇଥିଲା । ଲୀଳାକ୍ଷେତ୍ର ବାଣପୁରର ମହିମା ବନ୍ତ ଠାକୁର ଶ୍ରୀରଙ୍କ ନାଥଦେବଙ୍କ ଏହି ଦୁର୍ଲଭ ସ୍ନାନଯାତ୍ରା ସହିତ ଗଜାନନ ବେଶ ଦର୍ଶନ କରିବାପାଇଁ ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଯାତ୍ରା ସମାପନ ହୋଇଥିଲା ।

Exit mobile version