Site icon Awaj Media

ଫଳକରେ ସିମୀତ ହୋଇ ରହିଛି କାମ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୁରିଥିବା ବେଳେ ପୁରା ରାଜ୍ୟରେ ପାଳନ ହେଉଛି ଉତ୍ସବ ! ସ୍ଲୋଗାନ କଣ ରହିଛି – ବିକଶିତ ଓଡିଶା – ବିକଶିତ ଭାରତ , ବିକାଶର ନାରା – ଓଡିଶା ସାରା ! ହେଲେ ରାଜଧାନୀ ଉପକଣ୍ଠ ବାରଙ୍ଗ ବ୍ଲକ ଅଞ୍ଚଳରେ କେବଳ ଫଳକରେ ସିମୀତ ହୋଇ ରହିଛି କାମ ! ରାମଦାସପୁର ପଞ୍ଚାୟତ ରତାଗଡ ଗ୍ରାମରେ ଗାଁ ଦାଣ୍ଡରେ ପାଣି ଜମି ରହିବା କାରଣରୁ ଲୋକଙ୍କର ଯାତାୟାତ ବାଧାପ୍ରାପ୍ତ ହେଉଥିଲା , ତେଣୁ ରାସ୍ତାକୁ ସିସି ଢ଼ଳେଇ କରାଯିବା ନିମନ୍ତେ ପାଞ୍ଚ ଲକ୍ଷ ମଂଜୁର ହୋଇ ଠିକା ମଧ୍ୟ ଦିଆଗଲା ! ହେଲେ ଗତ ଦୁଇ ମାସ ହେଲା ଏମିତି ଫଳକ ହୋଇ ପଡ଼ିଛି ! ମାର୍ଚ୍ଚ ମାସ ଠାରୁ ନିର୍ମାଣ ପାଇଁ ଅର୍ଥ ମଂଜୁର ହୋଇଥିଲେବି କାମ ଏପର୍ଯ୍ୟନ୍ତ ଆରମ୍ଭ ହେଲାନାହିଁ ! ଏବେ ବର୍ଷା ହେଲେ ପାଣି ଜମୁଛି , ଆଗକୁ ବର୍ଷା ଦିନ ଆସୁଥିବାରୁ ତୁରନ୍ତ ନିର୍ମାଣ କାମ କରାଯିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Exit mobile version