ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଉପାନ୍ତ ଶ୍ରୀକ୍ଷେତ୍ର ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ବିଧି ମୁତାବକ ପାଳିତ ହୋଇଯାଇଛି ! ପାରଳାଖେମୁଣ୍ଡିର ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଯାଇଛି । ଆଜି ସକାଳୁ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡିରେ ସ୍ନାନବେଦୀକୁ ଆଣି ସୁବର୍ଣ୍ଣ କୂଅର ୧୦୮ କଳସ ସୁଗନ୍ଧିତ ଜଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା ! ସ୍ନାନ ବିଧି ପରେ ପ୍ରଭୁ ‘ଗଜାନନ’ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ! ମହାପ୍ରଭୁ ଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ମନ୍ଦିରରେ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି ! ସ୍ନାନ ପୂର୍ଣ୍ଣିମା ପରେ ପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିକୁ ବିଜେ କରିଛନ୍ତି , ପରେ ଠାକୁର ପଟି ଦିଅଁ ରେ ପୂଜା ପାଇବେ । ପାରଳାଖେମୁଣ୍ଡି ରାଜ ପରିବାରର ତତ୍ତ୍ୱାବଧାନରେ ଏହି ପର୍ବ ବେଶ୍ ଶୃଙ୍ଖଳିତ ଭାବେ ପାଳିତ ହୁଏ ।
ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା !!!

