କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୁର୍ଣିମା ଉତ୍ସବ l ଆଜି କୋରାପୁଟ ସ୍ଥିତ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମନ୍ଦିର ପ୍ରାଙ୍ଗଣରେ ଥିବା କୂଅ ରୁ 108 ସୁନା କଳସୀ ରେ ଜଳ ସଂଗ୍ରହ କରି ସlହ୍ନ ମଣ୍ଡପ କୁ ଅଣା ଯାଇଥିଲା ଓ ପରେ ଅନ୍ନ ଭୋଗ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ବିଜେ କରାଯାଇଥିଲା ! ପରେ ହୋମ ଯଜ୍ଞ ଆଉ ତେତିଶ କୋଟି ଦେବତା ଙ୍କୁ ପୂଜାର୍ଚନା ପରେ ନିର୍ଦ୍ଧାରିତ ସମୟ ରେ 108 ସୁନା କଳସୀ ରେ ସ୍ନାନ କରାଯାଇଥିଲା ! ଆଜି ଗଜାନନ ବେଶରେ ବି ଭକ୍ତ ଙ୍କୁ ପ୍ରଭୁ ଦର୍ଶନ ଦେଇଥିଲେ l ତାପରେ ରାତ୍ର ସମୟ ରେ ଅଣସର ଗୃହ କୁ ଚର୍ତୁଦ୍ଧl ମୂର୍ତ୍ତି ପ୍ରବେଶ କରିଥିଲେ l ଏହି ସବୁ କାର୍ଯ୍ୟକ୍ରମକୁ ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବେ ସଂପାଦିତ କରିଥିଲେ l ସୂଚନା ଯୋଗ୍ୟ ଆଜିଠୁ ପନ୍ଦର ଦିନ ଠାକୁର ମାନେ ଅଣସର ଗୃହରେ ଜ୍ୱର ରେ ପୀଡିତ ହୋଇ ରହିବେ, ଆଉ ବୌଦ୍ୟ ଙ୍କ ଦ୍ୱାରା ଚିକିତ୍ସତ ହେଲା ପରେ ରଥଯାତ୍ରା ରେ ଭକ୍ତ ଙ୍କୁ ଦର୍ଶନ ଦେବେ l
ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୁର୍ଣିମା ଉତ୍ସବ !!!

