ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ନିଆଁ ଲାଗି ଜଳିଗଲା ୬ ବଖରା ଘର , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ! ଅଠରବାଙ୍କୀ ଗ୍ୟାରେଜ ପାଖ ପେଟ୍ରୋଲିୟମ ବ୍ୟାଙ୍କ ପାର୍ଶ୍ୱରେ ଥିବା ଝୁପୁଡ଼ି ଘରେ ଅଗ୍ନିକାଣ୍ଡ , ନିଆଁ ଲାଗିବାର କାରଣ ଅସ୍ପଷ୍ଟ ! ଅଗ୍ନିକାଣ୍ଡ ସମ୍ପର୍କିତ ସୂଚନା ପାଇ ଇନ୍ସପେକ୍ଟର ପରଶୁରାମ ରାଠୋଡଙ୍କ ନେତୃତ୍ୱରେ ସିଆଇଏସଏଫ୍ ଅଗ୍ନିଶମ ୱିଙ୍ଗର ଟିମ୍ ଏକ ଫାୟାର ଟେଣ୍ଡର ସହିତ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ! ପ୍ରାଥମିକ ସୂଚନା ଅନୁଯାୟୀ ଏଲପିଜି ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିଶମ କର୍ମଚାରୀ ମାନେ ତୁରନ୍ତ ନିଆଁକୁ ଆୟତ୍ତ କରି ସମ୍ପୂର୍ଣ୍ଣ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ ।
ନିଆଁ ଲାଗି ଜଳିଗଲା ୬ ବଖରା ଘର : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ !!!

