Site icon Awaj Media

ଅଧ୍ୟାପକ ସଂଗ୍ରାମ ସାହୁ ଙ୍କ ଅକାଳ ବିୟୋଗ : ଏହି ଦୁଃଖଦ ସମ୍ବାଦରେ ସମଗ୍ର ବାଣପୁର ଅଞ୍ଚଳ ସ୍ତବ୍ଧ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ, ବିଶିଷ୍ଠ ସାରସ୍ଵତ ସାଧକ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ଅକାଳ ବିୟୋଗ ସମଗ୍ରବାଣପୁର ଅଞ୍ଚଳକୁ ସ୍ତବ୍ଧ କରି ଦେଇଛି । । ସ୍ୱର୍ଗତ ସାହୁ ଗତ କିଛିଦିନ ଧରି ଶାରିରୀକ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରର କେୟାର ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତକାଲି ରାତ୍ର ୧୧ଘଟିକା ସମୟରେ ହୃଦ୍‌ଘାତ ଯୋଗୁଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏହି ଅକାଳ ମୃତ୍ୟୁ ସମ୍ବାଦ ସମଗ୍ର ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପିଲାଟି ଦିନରୁ ସ୍ବର୍ଗତ ସାହୁ ଜଣେ ସୁସାହିତ୍ୟିକ, ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ପ୍ରଗଲଭ ବକ୍ତା, ଭାବରେ ବାଣପୁର ଅଞ୍ଚଳରେ ସୁପରିଚିତ ଥିଲେ । ମାଟିର ସାହିତ୍ୟ ସଂସ୍କୃତି ଐତିହ୍ୟକୁ ସେ ପ୍ରାଣ ଭରି ଭଲପାଉଥିଲେ । ଏହାର ପ୍ରତିଟି ପୂଜ୍ୟ ପୂଜା,ସାମାଜିକ, ସାଂସ୍କୃତିକ, ସାରସ୍ଵତ , ଆଧ୍ୟାତ୍ମିକ ଅନୁଷ୍ଠାନରେ ନିଜକୁ ସଂଶ୍ଳିଷ୍ଟ କରାଇ ସମସ୍ତଙ୍କ ପାଖରେ ପ୍ରିୟପାତ୍ର ହୋଇପାରିଥିଲେ । ବିଶେଷକରି ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସାମଗ୍ରିକ ସାହିତ୍ୟ ସୃଜନୀ ଉପରେ ତାଙ୍କର ଗଭୀର ଗବେଷଣା ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଥିଲା । ଗାଁମାଟିଭୀମପୁରରେ ପାଠାଗାର, ଶିକ୍ଷାନୁଷ୍ଠାନ, ଗଠନଠାରୁ ଆରମ୍ଭ କରି ବାଣପୁରରେ ଗ୍ରାମୀଣମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଅବଦାନ ଥିଲା । ଏଭଳି ଜଣେ ବ୍ୟକ୍ତି କୁହରାଇ ଜନ୍ମମାଟି ଆଜି ଦୁଃଖରେ ଭାଙ୍ଗି ପଡ଼ିଛି । ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ, ଦୁଇକନ୍ୟା, ଦୁଇ ଯାମାତା, ବନ୍ଧୁପରିବାର ସମସ୍ତେ ଉପସ୍ଥିତ ଥିଲେ । ତାଙ୍କ ଶବ ଶୋଭାଯାତ୍ରା ଭୀମପୁର ଗ୍ରାମ ପରିକ୍ରମା କରିବା ପରେ ଗ୍ରାମ୍ୟ ଶ୍ମସାନରେ ରେ ଦାହ କରାଯାଇଥିଲା । ଶୋଭାଯାତ୍ରାରେ ଅଞ୍ଚଳର ବହୁ କବି , ଗାଳ୍ପିକ, ନାଟ୍ୟକାର , ସମାଜସେବୀ , ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବି , ଛାତ୍ରଛାତ୍ରୀ,କଳାକାର, ଓସାମ୍ବାଦିକ ବନ୍ଧୁ ପରିଜନ ଯୋଗ ଦେଇ ତାଙ୍କୁ ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ଦୁଇକନ୍ୟା ଏସ୍. ମନୀଷା ମୌସୁମୀ , ଏସ୍ .ବର୍ଷା ବିଥିକା ଏବଂଭାତୃଷ୍ପୁତ୍ର ରାମକୃଷ୍ଣ ସାହୁ ମିଳିତ ଭାବରେ ମୁଖାଗ୍ନି ଦେଇଥିଲେ । ତାଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଗାଁ ହାଇସ୍କୁଲ୍ ବାନାମ୍ବର ଏକାଡ଼େମୀ ଓ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ , ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀମାନେ ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା ପରେ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷାଦାନକୁ ଦିନକ ପାଇଁ ବିଶ୍ରାମ ଦିଆଯାଇଥିଲା ।

Exit mobile version