ବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜି ଥିଲା ଜୁଲାଇ 01 ତାରିଖ , ଡାକ୍ତର ଦିବସ କିନ୍ତୁ ବାଙ୍କୀ ନିର୍ବାଚନ ମଣ୍ଡଳୀ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରୋଗୀସେବା ବ୍ୟାଘାତ ଘଟିଛି | ବହୁ ଦୂର ଦୁରାନ୍ତରୁ ସକାଳୁ ସକାଳୁ ରୋଗୀ ଆସି ସେବା ନ ପାଇ ଅସହ୍ୟ ଗରମରେ ଘରକୁ ଫେରିଛନ୍ତି | ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ ତରଫରୁ ସମଗ୍ର ଓଡିଶାରେ କାର୍ଯ୍ୟରତ ଡାକ୍ତର ମାନଙ୍କର ଜରୁରୀକାଳୀନ ସେବା ସହିତ ସମସ୍ତ ଚିକିତ୍ସା ବାହ୍ୟରୋଗୀ, ଅଭ୍ୟନ୍ତରିଣ ରୋଗୀ ବିଭାଗ, ନିର୍ଦମାନ୍ତିତ ଚିକିତ୍ସା ପ୍ରକିୟା ଓ ନିଦାନମୂଳକ ସେବା ସମ୍ପୂର୍ଣ ବନ୍ଦ ରହିଛି ବୋଲି ଶିଶୁ ଡାକ୍ତର ବନବାସୀ ବେହେରା କହିଛନ୍ତି | ବାରମ୍ବାର ଆନ୍ଦୋଳନ କରିବା ସତ୍ତ୍ୱେ ପୂର୍ବ ଏବଂ ବର୍ତ୍ତମାନର ସରକାର କେବଳ ମିଛ ପ୍ରତିଶୃତି ଦେଇ ଚାଲିଛନ୍ତି ବୋଲି ଡାକ୍ତର ପୁର୍ଣିମା ଖୁଣ୍ଟିଆ କୁହନ୍ତି | ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ 11 ଜଣ ଡାକ୍ତର କାର୍ଯ୍ୟବନ୍ଦରେ ସାମିଲ ହୋଇ କଟକ ସିଡିଏମଓ କାର୍ଯ୍ୟାଳୟକୁ ନିଜର ଦଶଦଫା ଦାବି ସମ୍ବଳିତ ପତ୍ର ଦେବାକୁ ଯାଇଛନ୍ତି | ନିକଟ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟସେବା କେନ୍ଦ୍ରର ତିନିଜଣ ଡାକ୍ତର ଆସି ଜରୁରୀକାଳୀନ ସେବା ଯୋଗାଉଥିବାର ଡାକ୍ତର ପି ଏଲ ପଣ୍ଡା କୁହନ୍ତି | ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଆଲୋକ ପଟ୍ଟନାୟକ ଏ ରୋଗୀସେବାକୁ ନେଇ କୁହନ୍ତି ଯେ, ନ୍ୟାୟ ସଂଗତ ଓ ବୈଧ ଦାବିଗୁଡିକ ପ୍ରତି ସରକାର ଲଗାତାର ଅବହେଳା କରୁଛନ୍ତି | ତେଣୁ ଉତ୍ତମ କାର୍ଯ୍ୟ ପରିବେଶ, କର୍ମଚାରୀଙ୍କ ସୁରକ୍ଷା ସମ୍ମାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଆମର ଏ ଆନ୍ଦୋଳନକୁ ସରକାର ମାନିନେବା ଉଚିତ | ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଏହି ଅବ୍ୟବସ୍ଥା ଲାଗି ରହିବ ଯାହାର ସୁବିଧା ହାସଲ କରିବେ ଘରୋଇ ଚିକିତ୍ସାଳୟ ଏବଂ ଦଲାଲମାନେ | ମାନସିକ, ଆର୍ଥିକ ଏବଂ ଶାରୀରିକ କଷ୍ଟ ଭୋଗିବେ ସରକାରୀ ସୁବିଧାରୁ ବଂଚିତ ହୋଇଥିବା ଗ୍ରାମାଞ୍ଚଳ ରୋଗୀମାନେ |
ଡାକ୍ତର ଦିବସରେ ବାଙ୍କୀରେ ସମୂହ ଡାକ୍ତରଙ୍କ ବନ୍ଦ ଡାକରା !!!

