Site icon Awaj Media

ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ ପ୍ରାଣୀ ସହାୟକ ଚିକିତ୍ସା କେନ୍ଦ୍ର !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚାଷୀଙ୍କ କାର୍ଯ୍ୟରେ ଆସୁନାହିଁ ପଶୁ ଚିକିତ୍ସାଳୟ କେନ୍ଦ୍ର ! ଓଡିଶା ସରକାର ପଶୁ ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କର୍ମଚାରୀ ମାନଙ୍କ ମନୋମୁଖୀ ଶାସନ କାରଣରୁ ତାହା ଫଳପ୍ରଦ ହେଉନାହିଁ ! ଗ୍ରାମବାସି ନିଜର ପଶୁ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ନେଇ କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ମାର୍ଥାପୁର ପଞ୍ଚାୟତ ରେ ଯେଉଁ ପଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି ତାହା ବହୁଦିନ ଧରି ଦ୍ୱାର ମୁହଁରେ ତାଲା ପଡି ରହିଅଛି | ଏଠାରେ ପଶୁ ମାନେ ଚିକିତ୍ସା ହେବା ଦୂରର କଥା ଚିକିତ୍ସାଧିକାରି ଙ୍କ ଦେଖା ନାହିଁ ! ଚିକିତ୍ସା ଗୃହ ହେଲା ଦିନଠାରୁ ଆଖପାଖ ଅଞ୍ଚଳର ଲୋକ ମାନଙ୍କ ପଶୁମାନଙ୍କର ଯାହାବି କିଛି ଅସୁବିଧା ହେଲେ ଚିକିତ୍ସା ମିଳିବାରୁ ବଞ୍ଚିତ ହେଉଛନ୍ତି | ନୂତନ ଗୃହର ଚତୁର୍ପାଶ୍ୱ ବଣ ଜଙ୍ଗଲ ରେ ପରିପୂର୍ଣ୍ଣ ହୋଇ ପଡ଼ିରହିଛି | ବିକଶିତ ଗାଁ , ବିକଶିତ ଓଡିଶା ସ୍ଲୋଗାନ ଦେଉଥିବା ସରକାର ଙ୍କ ଦୃଷ୍ଟି କେବେ ପଡିବ ତାହା ଦେଖିବାକୁ ବାକି ରହିଲା !

Exit mobile version