କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଷ୍ଟ୍ରିଟ ଲାଇଟ ପ୍ରୋଜେକ୍ଟ କୁ ନେଇ ସମଗ୍ର ରାଜ୍ୟରେ ଆଲୋଚନା ଜୋର ଧରିଥିବା ବେଳେ କଟକ ଜିଲ୍ଲା ବିଦ୍ୟାଧରପୁର ଅଂଚଳରୁ ସାମନାକୁ ଆସିଛି ଏପରି ଘଟଣା ! ବିଦ୍ୟାଧରପୁର ୱାର୍ଡ ନମ୍ବର ୩ , ଷଣ୍ଡପୁର କେନାଲ ବନ୍ଧ ରେ ଲାଗିଥିବା ଷ୍ଟ୍ରିଟ ଲାଇଟ ମାସ ମାସ ଧରି ଜଳୁନାହିଁ ! ସୂଚନା ଅନୁସାରେ ସେହି ରାସ୍ତା ଦେଇ ରାତିରେ ବହୁ ଲୋକ ଯିବା ଆସିବା କରିଥାନ୍ତି ! ଆଲୋକ ନଥିବାରୁ ଦୁର୍ଘଟଣା ହେଉଥିବା ସମୟରେ ପଥଚାରୀ ମାନେ ବହୁ ଅସୁବିଧାରେ ପଡୁଛନ୍ତି ! ସ୍ଥାନୀୟ କର୍ପୋରେଟର ଙ୍କ ଉଦ୍ୟମରେ ଷ୍ଟ୍ରିଟ ଲାଇଟ ଲାଗିଥିବା କଥା ଲୋକେ କହୁଛନ୍ତି , ହେଲେ ତାହା ଅଚଳ ହେବା ନେଇ ଅଭିଯୋଗ ହେବା ପରେ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ କର୍ମଚାରୀ ମାନଙ୍କୁ । କିନ୍ତୁ କର୍ମଚାରୀ ତାହାକୁ ଅଣଦେଖା କରି କାର୍ଯ୍ୟ କରୁନାହାନ୍ତି ! କର୍ପୋରେଟର କାର୍ଯ୍ୟ ଉପରେ ନଜର ରଖିଥିଲେ ବି ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା ନେବା ବେଳେ ଜାଣିବାକୁ ପାଇଲେ କାମ ହୋଇନାହିଁ । କର୍ମଚାରୀ ଏତେ ଅସହଯୋଗ କରିବାର ମାନେ କର୍ପୋରେଟର ଙ୍କୁ ବଦନାମ କରିବା ପାଇଁ ବୋଲି କିଛି ଲୋକ କହୁଛନ୍ତି !
ମାସ ମାସ ଧରି ଜଳୁନି କେନାଲ ବନ୍ଧ ଷ୍ଟ୍ରିଟ ଲାଇଟ !!!

